Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ‘ମାଣ୍ଡସ୍’ ପ୍ରଭାବ, ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା
  • ||
  • ନୟାଗଡ: ଫତେଗଡ ଥାନା ପୋଲିସକୁ ସଫଳତା, ଧରାପଡିଲେ ଦୁଇ ଆନ୍ତରାଜ୍ୟ ଲୁଟେରା
  • ||
  • ଭୁବନେଶ୍ୱର: ରିମାଣ୍ଡର ୬ ଦିନ ପରେ ବି ମୁହଁ ଖୋଲୁନାହାଁନ୍ତି ଅର୍ଚ୍ଚନା, ପଚାରି ପଚାରି ହାଲିଆ ଇଡି
  • ||

ଲାଞ୍ଚୁଆ ଲାଇନମ୍ୟାନ ଗିରଫ, ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ପଡିଗଲେ ହାବୁଡରେ

18/11/2022 at 3:26 PM

ଫୁଲବାଣୀ ୧୮/୧୧: ବନ୍ଧାହେଲେ ଲାଞ୍ଚୁଆ ଲାଇନ ମ୍ୟାନ୍ । ଶୁକ୍ରବାର ଟିକାବାଲି ବ୍ଲକ ଟିପିଏସଓ ଡିଏର ଲାଇନ ମ୍ୟାନ କାଳୁ ଚରଣ ପଲାଇଙ୍କୁ ଗିରଫ କରିଛି । ନୂତନ ବିଦ୍ୟୁତ ସଂଯୋଗ ଦେବା ପାଇଁ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ବିଭାଗ ଅଧିକାରୀ ମାନେ ମାଡି ବସିଛନ୍ତି । ଲାଇନ ମ୍ୟାନଙ୍କ ଗିରଫ କରାଯିବା ସହ ଘଟଣା ସ୍ଥଳରୁ ଟଙ୍କା ଜବତ କରାଯାଇଛି ।

ସୂଚନା ଥାଉକି ଲାଇନମ୍ୟାନ ପଲାଇ ଟିକାବାଲି ବ୍ଲକର ଛତିଝର ଗ୍ରାମର ରୀଙ୍କୁ ଭୁକ୍ତା ନାମକ ଜଣଙ୍କ ଠାରୁ ନୂତନ ବିଦ୍ୟୁତ ସଂଯୋଗ କରାଇଦେବାଲାଗି ଲାଞ୍ଚ ଟଙ୍କା ନେବାବେଉଥିଲେ । ପୂର୍ବରୁ ସେଠାରେ ଲୁଚି କରିରହିଥିବା ଭିଜିଲାନ୍ସ ଅଧିକାରୀ ମାନେ ମାଡ଼ିବସିଥିଲେ । ଏ ସମ୍ପର୍କରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ମାମଲା ରୁଜ୍ଜୁ କରାଯିବା ସହ ଅଧିକ ତଦନ୍ତ ଜାରିରହିଥିବା ଫୁଲବାଣୀ ଭିଜିଲାନ୍ସ ଡିଏସପି ଅରୁଣ କୁମାର ନାୟକ କହିଛନ୍ତି ।

   Related Posts