୫ମାସରେ ୨ଲକ୍ଷ ଚାକିରିରୁ ବିଦା; ଏବେବି ଛଟେଇ ଜାରି, ମାନ୍ଦାବସ୍ଥାକୁ ଦାୟି କଲେ କମ୍ପାନୀ

Published By : Prameya-News7 Bureau | May 21, 2023 IST

ନୂଆଦିଲ୍ଲୀ: ବିଶ୍ବରେ ଆର୍ଥିକ ମାନ୍ଦାବସ୍ଥା ଜାରି ରହିଛି । କୋଭିଡ୍ ଓ ୟୁକ୍ରନେ ଯୁଦ୍ଧର ପ୍ରଭାବ ପାଇଁ ଅନେକ ଦେଶ ଉପରେ ପଡ଼ିଛି । ଏହି ଆର୍ଥିକ ସଂକଟରେ ଜୁଝି ହେଉଛନ୍ତି ଟେକ୍ କମ୍ପାନୀ । ୨୦୨୨ରୁ ୨୦୨୩ରେ ସବୁଠାରୁ ଖରାପ ବର୍ଷ । ଲଗାତାର ଭାବେ ଚାକିରିରୁ ଛଟେଇ ଚାଲିଛି । ବିଗତ ୫ମାସରେ ଟେକ୍ ଓ ଷ୍ଟାଟଅପ୍ କମ୍ପାନୀରେ ସର୍ବାଧିକ କର୍ମଚାରୀ ଚାକିରି ହରାଇଛନ୍ତି । ପ୍ରାୟ ୨ଲକ୍ଷ  ଲୋକଙ୍କୁ ଛଟେଇ କରାଯାଇଥିବା ଏକ ରିପୋର୍ଟରୁ ପ୍ରକାଶ ପାଇଛି ।

ଏହି ଛଟେଇ ପ୍ରକ୍ରିୟା ଏବେବି ଜାରି ରହିଛି। ମେଟା, ବିଟି, ଭୋଡାଫୋନ୍ ଏବଂ ଅନେକ ଟେକ୍ କମ୍ପାନୀ ଆସନ୍ତା କିଛି ମାସ ମଧ୍ୟରେ କର୍ମଚାରୀଙ୍କୁ ଛଟେଇ କରିବା ଯୋଜନା କରିଛନ୍ତି । କିଛି କମ୍ପାନୀ ଏହାକୁ ବିଧିବଦ୍ଧ ଭାବେ ମଧ୍ୟ ଘୋଷଣା କରିଛନ୍ତି ।  Layoffs.fyi ଓ୍ବେବ୍ ସାଇଟ୍ ରିପୋର୍ଟ ମୁତାବକ, ଚଳିତ ବର୍ଷ ଜାନୁଆରୀରୁ ମେ’ ମଧ୍ୟରେ ୬୯୫ଟି କମ୍ପାନୀ ପ୍ରାୟ ୧.୯୮ ଲକ୍ଷ କର୍ମଚାରୀଙ୍କୁ ଛଟେଇ କରିଛନ୍ତି ।

{"id":790074,"width":722,"height":488,"sizeSlug":"full","linkDestination":"none"}

୨୦୨୩ ଆର୍ଥିକ ବର୍ଷ ସହିତ ତୁଳନାରେ, ୨୦୨୨ରେ ଜାନୁଆରୀରୁ ଡିସେମ୍ବର ମଧ୍ୟରେ ୧୨ମାସରେ  ୧,୦୪୬ ଟେକ୍ କମ୍ପାନୀ ମୋଟ୍ ୧.୬୧ ଲକ୍ଷ କର୍ମଚାରୀଙ୍କୁ ଚାକିରିରୁ ବାହାର କରିଛି । ଚଳିତ ବର୍ଷ କେବଳ ଜାନୁଆରୀ ମାସରେ ଏକ ଲକ୍ଷ ବୈଷୟିକ କର୍ମଚାରୀ ଚାକିରି ହରାଇଛନ୍ତି । ତେବେ Amazon, Microsoft, Google, Salesforce ଆଦି  ଟେକ୍ କମ୍ପାନୀରେ ସର୍ବାଧିକ ଛଟେଇ ରହିଛି । ୨୦୨୨ରୁ ଏପର୍ଯ୍ୟନ୍ତ ମୋଟ୍ ୩.୬୦ ଲକ୍ଷ କର୍ମଚାରୀଙ୍କ ଚାକିରି ଯାଇଛି ।

{"id":790075,"width":726,"height":491,"sizeSlug":"full","linkDestination":"none"}

ଅନେକ କମ୍ପାନୀ ଛଟେଇକୁ ନେଇ ଭିନ୍ନ ଭିନ୍ନ କାରଣ ଦର୍ଶାଇଛନ୍ତି । କ୍ଷମତା ଠାରୁ ଅଧିକ କର୍ମଚାରୀ ରଖିବା ସହିତ ବିଶ୍ବରେ ଜାରି ରହଥିବା ମାନ୍ଦାବସ୍ଥା, ପୋଷ୍ଟ କୋଭିଡ୍ ସ୍ଥିତି, ରାଜସ୍ବ ହ୍ରାସ ଆଦି କାରଣ ଯୋଗୁ ଛଟେଇ କରାଯାଉଥିବା କୁହାଯାଇଛି । ତେବେ ଫେସବୁକ୍ ମୂଳ କମ୍ପାନୀ ମେଟା ଆସନ୍ତା ସପ୍ତାହରେ ତୃତୀୟ ପର୍ଯ୍ୟାୟ ଛଟେଇ କରିବାକୁ ଯାଉଛି । ଏହି ପ୍ରକ୍ରିୟାରେ ପ୍ରାୟ ୬ ହଜାରରୁ ଅଧିକ କର୍ମଚାରୀ ଚିକିରି ହରାଇବେ ବୋଲି କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.