ବାହୁଡାରେ ରିଲିଜ ହେଲା "ଲାଗେ ପ୍ରେମ ନଜର" 

Published By : Prameya-News7 Bureau | July 10, 2022 IST

ଭୁବନେଶ୍ଵର:  ଏଥର ପ୍ରଭୁ ଜଗନ୍ନାଥଙ୍କ ପବିତ୍ର ବାହୁଡାରେ ରିଲିଜ ହୋଇଯାଇଛି ବହୁ ପ୍ରତୀକ୍ଷିତ ଓଡିଆ ଚଳଚ୍ଚିତ୍ର ‘ଲାଗେ ପ୍ରେମ ନଜର’ । ଏହା ପଚିଶ ଟି ସନେମା ହଲରେ ରିଲିଜ ହୋଇଯାଇଛି । ସିନେମାର କଳାକାର ଓ କ୍ରିଉକୁ ନେଇ ଫିଲ୍ମ ରିଲିଜ୍ ହୋଇଛି।

ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ନିର୍ମିତ ଏହି ସିନେମାରେ ନାୟକ ରହିଛନ୍ତି ଅମ୍ଳାନ ଓ ତାଙ୍କ ସହ ରିୟା, ପ୍ରିୟା , ରାଗିଣୀଙ୍କ ରୋମାନ୍ସ ଦେଖିବାକୁ ମିଳିବ । ବିବାହ ପରେ ଓଲିଉଡରୁ ଏକପ୍ରକାର ଦୂରେଇ ଯାଇଥିବା ଚୁଲବୁଲି ଅଭିନେତ୍ରୀ ପ୍ରିୟା ଚୌଧୁରୀ ଏହି ସିନେମାରେ କମବ୍ୟାକ୍ କରିଛନ୍ତି । ଅନେକ ଦିନ ପରେ ଅମ୍ଳାନଙ୍କ ସହ ରିୟାଙ୍କ ଅନସ୍କ୍ରିନ୍ ରୋମାନ୍ସ ଓଡିଆ ଦର୍ଶକଙ୍କୁ ମତୁଆଲା କରିବ ନିଶ୍ଚୟ । ସେହିଭଳି ବଙ୍ଗୀୟ ସୁନ୍ଦରୀ ରାଗିଣୀ ଅନ୍ୟତମ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବବି ମିଶ୍ର, ପପି ସନ୍ତୁକା, ଅମର, ବାପି,ରିପନ, ବିନୋଦ,ଅଜୟ ପ୍ରଧାନ,ଧାରାଶ୍ରୀ ପ୍ରମୁଖ ନଜର ଆସିଛନ୍ତି ।

ଖଗେଶ୍ଵର ଶେଜପଡାଙ୍କ କାହାଣୀକୁ ଆଧାର କରି ସଂଳାପ ଲେଖିଛନ୍ତି ଚିନ୍ମୟ ଦାସପଟ୍ଟନାୟକ । ପ୍ରଯୋଜନା ଭାର  ବ୍ୟୋମକେଶ ତୁଲାଇଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ଏସ ଦିଲିପ୍ ପଣ୍ଡା । କ୍ରିଏଟିଭ ହେଡ ଅଛନ୍ତି ପ୍ରଣୟ ଜେଠୀ। ଚଳଚ୍ଚିତ୍ର ର ଟ୍ରେଲର ଅଧିକ ଲୋକପ୍ରିୟତା ହାସଲ କରିସାରିଛି ସଂପୂର୍ଣ୍ଣ ଚଳଚ୍ଚିତ୍ର ଟି ନିଶ୍ଚୟ ଦର୍ଶକମାନଙ୍କ ଦ୍ଵାରା ଆଦୃତ ହେବ ବୋଲି ପ୍ରଯୋଜନା ସଂସ୍ଥା ର ସିଇଓ ରୂପାଲି ଦ୍ବିବେଦୀ ଆଶାବାଦୀ।

ବୈଦ୍ୟନାଥ ଦାସଙ୍କ ସିନେମାର ସଂଗୀତ ସଜାଇଥିବା ବେଳେ ହ୍ୟୁମାନ ସାଗର, କୁଲଦୀପ, ଗୌରବ, ଅସୀମା ପଣ୍ଡା, ଅର୍ପିତା ଚୌଧୁରୀ, ଦିପ୍ତୀରେଖା ପାଢ଼ୀ ଓ ଅନନ୍ୟା ଶ୍ରୀତମ ନନ୍ଦ ପ୍ରମୁଖ କଣ୍ଠଦାନ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ଚଳଚ୍ଚିତ୍ର ଲାଗେ ପ୍ରେମ ନଜର ର ଗୀତ ଓ ଭିଡିଓ ଆମରା ମ୍ୟୁଜିକ ୟୁଟୁବ୍ ଚ୍ୟାନେଲ ରେ ପ୍ରଚାରିତ ହୋଇ ଲୋକପ୍ରିୟତା ହାସଲ କରିସାରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.