ଛାତ୍ରପ୍ରେମରେ ପଡ଼ି ସ୍ଵାମୀଙ୍କୁ ହତ୍ୟାକଲେ ଟ୍ୟୁସନ ଦିଦି , ଛାତ୍ର ୧୯କୁ ଦିଦିଙ୍କୁ ଥିଲା ୩୦ବର୍ଷ

Published By : Prameya-News7 Bureau | January 23, 2019 IST

ପାନିପଥ ୨୩/୧- ଟ୍ୟୁସନ ଆସୁଥିବା ଜଣେ ଛାତ୍ର ପଡ଼ିଲା ଦିଦିଙ୍କ  ପ୍ରେମରେ । ରାସ୍ତାରୁ କଣ୍ଟା ହଟାଇବାକୁ ଭାବି ଦିଦିଙ୍କ ସହ ମିଶି ତାଙ୍କ ସ୍ବାମୀଙ୍କୁ କଲେ ହତ୍ୟା । ପୋଲିସକୁ ଚକମା ଦେଖାଇ  ମାସେରୁ ଅଧିକଦିନ ହେବ ଫେରାର ହେବାପରେ ଧରା ପଡ଼ିଛନ୍ତି ପୋଲିସ ହାତରେ  ।

ଏହି ଘଟଣା ହରିୟାଣାର ପାନିପଥ ଜିନ୍ଦ୍ ଜିଲ୍ଲାରେ ଘଟିଛି । ଜିନ୍ଦଜିଲ୍ଲା ମୋହନଗଡ଼ବାସୀ ଦଲବୀର ଥିଲା ଖାଦ୍ୟ ଓ ଯୋଗାଣ ବିଭାଗ ଅଫିସରେ ଚୌକିଦାର । ପତ୍ନୀ ଅମିତା ଥିଲା ଉଚ୍ଚଶିକ୍ଷିତା । ସେଥିପାଇଁ ଅମିତା ଘରୋଇଭାବରେ ମଧ୍ୟ ଟ୍ୟୁସନ କରୁଥିଲା । ଅମିତ ନାମକ ଜଣେ ଆଇଟିଆଇ ଛାତ୍ର ଅମିତାଙ୍କ ପାଖକୁ ଟ୍ୟୁସନ ହେବାକୁ ଆସୁଥିଲା । ୩୦ ବର୍ଷ ବୟସ୍କା ଅମିତା ୧୯ ବର୍ଷ ବୟସ୍କା ଛାତ୍ରର ପ୍ରେମରେ ପଡ଼ି ଏହି ହତ୍ୟାକାଣ୍ଡ ଘଟାଇଥିବା ପୋଲିସ ଜାଣିବାକୁ ପାଇଛି ।

ଅମିତା ଓ ଅମିତ ଦୁହେଁ ପ୍ରେମରେ ପଡ଼ିବା ପରେ ଦଲବୀର ମଝିରେ ବାଧକ ସାଜିଥିଲା । ଦଲବୀରକୁ ସବୁଦିନ ରାସ୍ତାରୁ ହଟାଇଦେଲେ, କେହି ଆଉ ସେମାନଙ୍କୁ ପ୍ରେମରେ ବାଧା ଦେଇପାରିବନି ବୋଲି  ଅମିତା କହିବା ପରେ ଦଲବିୀରକୁ ହତ୍ୟା କରିବାକୁ ନକ୍ସା ପ୍ରସ୍ତୁତ କରିଥିଲେ ।

ଘଟଣାଦିନ ଅମିତା ସ୍ଵାମୀ ଦଲବୀରକୁ ଚା ରେ ନିଶାଦ୍ରବ୍ୟ ମିଶାଇ ପିଇବାକୁ ଦେବାପରେ ସେ ଶୋଇପଡ଼ିଥିଲା । ତା ପରେ ସେ ଅମିତକୁ ଫୋନ କରି ଡ଼ାକିଥିଲା । ଅମିତ ଆସିବାପରେ ଦଲବୀରର ହାତଗୋଡ଼ ବାନ୍ଧି ଗଳା ଚିପି ହତ୍ୟା କରିଥିଲେ ।

ଦଲବୀରକୁ ହତ୍ୟା କଲା ପରେ ସେମାନେ ଘରେଥିବା ସୁନା ଅଳଙ୍କାର, ଟଂକା ଓ ଅନ୍ୟାନ ମୂଲ୍ୟବାନ ଜିନିଷ ଧରି ପଳେଇଯାଇଥିଲେ ।

ସେମାନେ ପଂଜାବ, ହରିୟାନା,ଛତିଶଗଡ଼ ବିଭିନ୍ନ ଅଂଚଳ ବୁଲି ବିଭିନ୍ନ ହୋଟେଲରେ ରହୁଥିବା କଥା ପୋଲିସ ଡ଼ିଆଜି କହିଛନ୍ତି ।

ସେମାନଙ୍କ ଗତିବିଧି ଜାଣିବାକୁ ମୋବାଇଲ ଟ୍ରାକ କରିଥିଲା ପୋଲିସ । ସେମାନେ ବିଭିନ୍ନ ହୋଟେଲରେ ପୋଲିସ ଆଖିରେ ଧୂଳିଦେଇ ରହୁଥିଲେ । କିଛିଦିନ ରହିବାପରେ ସେ ସ୍ଥାନ ଛାଡ଼ି ଚାଲିଯାଉଥିଲେ । ପୋଲିସ ସେମାନଙ୍କ ଗତିବିଧି ଉପରେ ନଜର ରଖିଥିଲା । ସେମାନଙ୍କୁ ଜଲନ୍ଧରର ଏକ ହୋଟେଲରୁ ଗିରଫ କରିବା ପରେ ଅଧିକ ତଥ୍ୟ ପାଇଁ ରିମାଣ୍ଡରରେ  ଆଣି ପଚରାଉଚରା ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.