ଦୁର୍ଘଟଣାରେ ଗୁରୁତର ଶିକ୍ଷୟିତ୍ରୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥିଲେ ୮ ମାସର ଗର୍ଭବତୀ

Published By : Prameya-News7 Bureau | January 07, 2023 IST

ପାଟନା: କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ କୁମୁଳା ବାହାଳୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ରଞ୍ଜିତା ବେହେରାଙ୍କ ଦୁର୍ଘଟଣାରେ ମୃତ୍ୟ ହୋଇଛି l ଶନିବାର ସ୍କୁଲ ସାରି ଘରକୁ ଫେରିବା ସମୟରେ ଗୋପୀନାଥପୁର ନିକଟରେ  ଅନ୍ୟ ଏକ ବାଇକ ସହ ମୁଁହାମୁହିଁ ଧକ୍କା ହୋଇଥିଲା l ଦୁର୍ଘଟଣାରେ ଶିକ୍ଷୟତ୍ରୀଙ୍କ ମୁଣ୍ଡରେ ଆଘାତ ଲାଗିଥିଲା।

ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ କରଞ୍ଜିଆ ଡାକ୍ତର ଖାନାରେ  ଭର୍ତ୍ତି କରିଥିଲେ। ତେବେ ସେଠାରେ ଚିକିତ୍ସାଧୀନ  ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି।  ମୃତ ଶିକ୍ଷୟିତ୍ରୀ ଜଣଙ୍କ ଠାକୁରମୁଣ୍ଡା ଥାନା ବାଲିପଶି ଗ୍ରାମର ହୋଇଥିବା ବେଳେ, ସେ ୮ ମାସର ଗର୍ଭବତୀ ଥିବା ଜଣା ପଡିଛି l ତାଙ୍କ  ଅକାଳ ବିୟୋଗରେ ଶିକ୍ଷକ ଓ ଶିକ୍ଷୟତ୍ରୀ ମହଲରେ ତଥା ଆଖପାଖ ଅଂଚଳରେ ଗଭୀର ଶୋକ ପ୍ରକାଶ ପାଇଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.