ଅସୁରକ୍ଷିତ ଔପଦା ଓ କପ୍ତିପଦା ରାସ୍ତା; ବାରମ୍ବାର ହେଉଛି ଲୁଟ୍‌, ଛିନ୍‌ତାଇ, ଶିକ୍ଷୟିତ୍ରୀଙ୍କୁ ଭୁଜାଲିରେ ହାଣି ନେଇଗଲେ ଗହଣା ଓ ଟଙ୍କା ବେଗ୍

Published By : Prameya-News7 Bureau | September 07, 2022 IST

ଶୋର: ବାଲେଶ୍ୱର ମୟୁରଭଞ୍ଜ ସୀମା ଔପଦା ଓ କପ୍ତିପଦା ରାସ୍ତାରେ ବାରମ୍ବାର ଲୁଟ ଏବଂ ଛିନତାଇ ସାଧାରଣ ଘଟଣାରେ ପରିଣତ ହୋଇଛି। ରାସ୍ତାରେ ଏକା ଯାଉଥିବା ଦେଖି ଲୋକଙ୍କ ଉପରେ ଆକ୍ରଣ କରି ଲୁଟୁଛନ୍ତି ଲୁଟେରା। ଏହିଭଳି ଲୁଟ୍‌ର ଶିକାର ହୋଇଛନ୍ତି  ମୟୁରଭଞ୍ଜ କପ୍ତିପଦା ବ୍ଲକ ଚତୁରୀସାହି ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷୟିତ୍ରୀ ନିବେଦିତା ପାଣିଗ୍ରାହୀ। ସେ ସ୍କୁଲ୍‌ ସାରି ସ୍କୁଟିରେ ସ୍କୁଲ୍ ରକୁ ଫେରୁଥିବା ବେଳେ ତାଙ୍କର ଉପରେ ଆକ୍ରମଣ କରି ସୁନା ଓ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ।

ବାଲେଶ୍ୱର ଜିଲ୍ଲା ଔପଦା ସୀମା କବାଟଘାଇ ଛକରେ ନିବେଜିତାଙ୍କ ଉପରେ ଆକ୍ରମଣ ହୋଇଥିଲା। ଦୁଇ ଦୁର୍ବୃତ୍ତ ବାଇକ୍‌ରେ ଆସି ଭୁଜାଲିରେ ଶିକ୍ଷୟିତ୍ରୀଙ୍କୁ ଡାହାଣ ହାତ ଓ ବେକକୁ ଆକ୍ରମଣ କରି ମଙ୍ଗଳସୂତ୍ର, ଭେନିଟି ଓ ମୋବାଇଲ ଛଡ଼ାଇ ନେଇଯାଇଥିଲେ। ଏହାପରେ ଶ୍ରୀମତୀ ପାଣିଗ୍ରାହୀଙ୍କୁ ଚିକିତ୍ସା ପାଇଁ ଔପଦା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ପରେ ଶ୍ରୀମତୀ ପାଣିଗ୍ରାହୀ ଔପଦା ଥାନାରେ ତୋରି ନେଇ ଅଭିଯୋଗ କରିଛନ୍ତି। ପୁଲିସ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.