ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

ଅଫିସ୍‌ ଭିତରେ ମହିଳା ତହସିଲ୍‌ଦାରଙ୍କୁ ଜୀବନ୍ତ ଜାଳି ଦେଲା ଯୁବକ, ଏହାଥିଲା କାରଣ

4/11/2019 at 8:36 PM

ହାଇଦ୍ରାବାଦ ୦୪।୧୧ – ଏକ ଅଭାବନୀୟ ଘଟଣା । ଅଫିସ୍‌ ଭିତରେ ମହିଳା ତହସିଲ୍‌ଦାରଙ୍କୁ ଜଣେ ଯୁବକ ପେଟ୍ରୋଲ ପକାଇ ଜାଳି ଦେଇଛି । ଏହାପରେ ଯୁବକ ଜଣଙ୍କ ହାୟତ ନଗରରେ ଥାନାରେ ଆତ୍ମସମର୍ପଣ କରି ଦେଇଛି । ଏହି ଘଟଣା ହାଇଦ୍ରାବାଦ ନିକଟସ୍ଥ ରଙ୍ଗାରେଡ୍ଡୀ ଆବଦୁଲାପୁରମପେଟ୍ଟ ଘଟିଛି । ଜୀବନ୍ତ ଦଗ୍ଧ ହୋଇ ତହସିଲ୍‌ଦାର ବିଜୟା ରେଡ୍ଡୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ।

ବିଜୟା ରେଡ୍ଡୀ ତହସିଲଦାର୍‌ ସହ ମଣ୍ଡଳ ରାଜସ୍ୱ ଅଧିକାରୀ ଥିଲେ । ଜଣେ ଅଜଣା ଯୁବକ ତାଙ୍କୁ ଅଫିସ୍‌ ଭିତରେ ପଶି ପେଟ୍ରୋଲ ପକାଇ ଜାଳି ଦେଇଥିଲା । ବିଜୟା ତାଙ୍କ କାର୍ଯ୍ୟାଳୟରୁ ବିକଳରେ ବାହାରକୁ ଚିତ୍କାର କରି ଦୌଡିଥିଲେ । କାର୍ଯ୍ୟାଳୟର ଗେଟ୍‌ ନିକଟରେ ସେ ପଡିଯାଇଥିଲେ ।
ଅଭିଯୁକ୍ତ ଯୁବକ ଜଣଙ୍କ ଥାନାରେ ଆତ୍ମସମର୍ପଣ କରିଛି। ଯୁବକ ଜଣଙ୍କ ନାମ କେ ସତୀଶ । ୭ ଏକର ଜମିକୁ ନେଇ ତାହାର ବିବାଦ ଚାଲିଥିଲା । କୋର୍ଟରେ ଏହି ମାମଲା ଚାଲିଛି । ସେ ଜମି ମାପଚୁପକୁ ନେଇ ତହସିଲଦାରଙ୍କୁ ଜଣାଇଥିଲା। ଏହାପରେ ସେ ତହସିଲଦାରଙ୍କୁ ଜାଳି ଦେଇଥିବା ପୁଲିସ କହିଛି ।

ବିଜୟା ନିଆଁ ଲାଗିବା ଅବସ୍ଥାରେ ଦୌଡୁଥିବା ଭିଜୁଆଲ୍‌ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି । ଏହାପରେ ତହସିଲ୍‌ ଅଫିସ୍‌ର କର୍ମଚାରୀମାନେ ରାସ୍ତାରୋକ କରିଥିଲେ । ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏହାକୁ ହଟାଇଛି । ଅଭିଯୁକ୍ତ ଶରୀରର ୬୦ ପ୍ରତିଶତ ଜଳିଯାଇଥିବାରୁ ତାହାର ଅବସ୍ଥା ମଧ୍ୟ ଗୁରୁତର ଅଛି । ଫାଷ୍ଟଟ୍ରାକ କୋର୍ଟରେ ଏହାର ବିଚାର ହେବ ବୋଲି ପୁଲିସ ସୂଚନା ଦେଇଛି ।

   Related Posts