ପାହାଡ଼ର ନାଁ ଶୁଣିଲେ ଆମ ମନରେ ବରଫାବୃତ ପାହାଡ଼ ଏବଂ ସୁନ୍ଦରୀ ଝିଅମାନଙ୍କ କଥା ମନକୁ ଆସିଥାଏ। କିନ୍ତୁ ଆପଣ ଜାଣିଛନ୍ତି କି ସୁନ୍ଦରୀ ପାହାଡ଼ୀ ଝିଅମାନଙ୍କର ଏପରି ବହୁତ ଗୁଣ ରହିଥାଏ ଯାହା ଜଣେ ଯୋଗ୍ୟ ଜୀବନ ସାଥି ମଧ୍ୟରେ ରହିବା ଉଚିତ୍। ତେବେ ଆସନ୍ତୁ ଜାଣିବା ପାହାଡ଼ୀ ଝିଅମାନଙ୍କ ମଧ୍ୟରେ ଏପରି କ’ଣ ଖାସ୍ ଗୁଣ ରହିଥାଏ ଯାହା ବାକି ଝିଅମାନଙ୍କଠାରୁ ଭିନ୍ନ ହୋଇଥାଏ।
୧.ସରଳତା: ଯେଉଁ ପୁଅମାନଙ୍କୁ ସରଳତା ପସନ୍ଦ ଥାଏ ସେମାନଙ୍କ ପାଇଁ ପାହାଡ଼ୀ ଝିଅମାନେ ଡେଟ୍ କିମ୍ବା ବିବାହ କରିବାପାଇଁ ସବୁଠାରୁ ଯୋଗ୍ୟ ସାବ୍ୟସ୍ତ ହୋଇଥାନ୍ତି। ସରଳତାରେ ପରିପୂର୍ଣ୍ଣ ଥିବା ଏଠାକାର ଝିଅମାନେ ମେକଅପ୍ କରନ୍ତି ନାହିଁ। ଏମାନଙ୍କୁ ସିମ୍ପଲ୍ ରହିବାକୁ ଅଧିକ ଭଲ ଲାଗିଥାଏ।
wp:gallery {"ids":[73396]}୨. ଭାବନାତ୍ମକ ଭାବରେ ମଜବୁତ: ପାହାଡ଼ୀ ଝିଅମାନେ ବାକି ଝିଅମାନଙ୍କ ଅପେକ୍ଷା ଭାବନାତ୍ମକ ଭାବରେ ମଜବୁତ ଏବଂ ଆତ୍ମନିର୍ଭରଶୀଳ ହୋଇଥାନ୍ତି। ଯେକୈାଣସି ଭିନ୍ନ ସ୍ଥାନରେ ରହି ନିଜକୁ କିପରି ସମ୍ଭାଳି ହେବ ତାହା ପାହାଡ଼ୀ ଝିଅମାନେ ବହୁତ ଭଲଭାବେ ଜାଣିଥାନ୍ତି।
୩.ଖୁସିମିଜାଜ: ଯଦି ଆପଣ ହସଖୁସିଆ ଝିଅକୁ ନିଜର ଜୀବନ ସାଥୀ କରିବାକୁ ଚାହୁଁଥାନ୍ତି ତେବେ ପାହାଡ଼ୀ ଝିଅଙ୍କୁ ଏଥିପାଇଁ ବାଛିପାରିବେ। ଏମାନେ ସବୁବେଳେ ହସୁଥାନ୍ତି।
wp:gallery {"ids":[73397]}୪.ପ୍ରେମ: ପାହାଡ଼ୀ ଝିଅମାନେ ଏତେ ଜଲଦି କାହା ପ୍ରେମରେ ପଡ଼ିନଥାନ୍ତି କିନ୍ତୁ ଯଦି ଥରେ କାହା ହାତ ଧରିଥାଆନ୍ତି ତେବେ ସହଜରେ ତାଙ୍କ ହାତ କେବେ ଛାଡ଼ିନଥାନ୍ତି। ଏମାନେ ଟଙ୍କା ପଇସାକୁ ଗୁରୁତ୍ବ ଦିଅନ୍ତି ନାହିଁ। ତାଙ୍କ ପାଇଁ ତାଙ୍କ ସ୍ବାମୀ ଦୁନିଆର ସବୁଠୁ ବଡ଼ ସମ୍ପତ୍ତି ହୋଇଥାନ୍ତି।
୫.ସଂସ୍କାର: ସଭ୍ୟତା ଏବଂ ସଂସ୍କାର ପାହାଡ଼ୀ ଝିଅଙ୍କ ଅଙ୍ଗେ ଅଙ୍ଗେ ଥାଏ। ଯଦି ଆପଣ ଚାହୁଁଥାନ୍ତି ଆପଣଙ୍କ ସ୍ତ୍ରୀ ଆପଣଙ୍କ ବାପା ମାଆଙ୍କୁ ଇଜ୍ଜତ ଦେଉ ତେବେ ଆପଣ ପାହାଡ଼ୀ ଝିଅଙ୍କୁ ନିଜ ପାଇଁ ଜୀବନ ସାଥୀ ଭାବେ ଚୟନ କରନ୍ତୁ। ପାହାଡ଼ୀ ଝିଅମାନେ ବାପା ମାଆଙ୍କୁ ବହୁତ ସମ୍ମାନ ଦେଇଥାଆନ୍ତି।