ଏସ୍.ଆଇ ସିଲୁ ଧଳଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ମହିଳା ସବ୍‌ ଇନ୍ସପେକ୍ଟର: ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ଏସ୍‌ପି

Published By : Prameya-News7 Bureau | August 25, 2020 IST

ଖଲ୍ଲିକୋଟ୨୫/୮: ଖଲ୍ଲିକୋଟ୍ ଏସ୍.ଆଇ ସିଲୁ ଧଳଙ୍କ ବିରୋଧରେ ମହିଳା ସବ୍ ଇନ୍ସପେକ୍ଟର ଆଣିଥିବା ଅଭିଯୋଗର ତଦନ୍ତ ଆରମ୍ଭ ହୋଇଛି ।  ସେପଟେ ଛୁଟି ଅବଧି ସରିବା ପରେ  କାର୍ଯ୍ୟରେ ଯୋଗ ଦେଇନାହାଁନ୍ତି ଏସ.ଆଇ ସିଲୁ ଧଳ।  ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକିୟା ଆରମ୍ଭ ହୋଇଥିବା ନେଇ ସୂଚନା ଦେଲେ ଗଞ୍ଜାମ ଏସ୍‌ପି।ପୂର୍ବରୁ ଆସିଥିବା ଲାଞ୍ଚ ଓ ବଟିଆଦାୟ ଅଭିଯୋଗମାନର ବି ହେବ ତଦନ୍ତ। 

ଖଲ୍ଲିକୋଟ୍ ଥାନା ଏସ୍.ଆଇ ସିଲୁ ଧଳ ଏବେ ତଦନ୍ତରର ସ୍କାନରରେ। ତାଙ୍କ ବିରୋଧରେ ଆସିଥିବା ସଂଗୀନ ଅଭିଯୋଗ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଜଣେ ମହିଳା ସବ୍ ଇନ୍ସପେକ୍ଟରଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ମାନସିକ ଓ ଶାରିରୀକ ନିର୍ଯାତନା ଦେଇଥିବା ସିଲୁ ଧଳଙ୍କ ବିରୋଧରେ ଅଭିଯୋଗ ହୋଇଛି। ଗତକାଲି ସଂପୃକ୍ତ ମହିଳା ପୋଲିସ୍ କର୍ମଚାରୀ ଏ ବାବଦରେ ପୋଲିସ ମହାନିର୍ଦ୍ଦେଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।  ତେଣୁ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି ବୋଲି କହିଛନ୍ତି ଏସପି ।

ଏସ୍.ଆଇ ସିଲୁ ଧଳଙ୍କ ବିରୋଧରେ ବହୁ ସମିତି ସଭ୍ୟ ଓ ସରପଞ୍ଚ ଲିଖିତ ଭାବେ ବିଭାଗୀୟ ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ହେଲେ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଜଣେ ସମିତି ସଭ୍ୟ କହିଛନ୍ତି ।  କୌଣସି ଏକ ମାମଲାରେ ଜଣେ ମହିଳାଙ୍କୁ ସିଲୁ ଧଳ କିଛି ଟଙ୍କା ମାଗୁଥିବାର ଅଡିଓ ଏବେ ପଦାକୁ ଆସିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.