ହୋଟେଲରେ ଅଚାନକ ଚଢ଼ାଉ : ଆପତ୍ତିଜନକ ଅବସ୍ଥାରେ ଥିବା ଯୁବତୀ ଉଦ୍ଧାର, ୪ ଯୁବକ ଛୁ ମାରିଲେ

Published By : Prameya-News7 Bureau | September 24, 2020 IST

ଜଗତସିଂହପୁର ୨୪।୯: ଜଗତସିଂହପୁର ସହର ସ୍ଥିତ ଯୋଗଧାରୀ ଛକ ନିକଟରେ ଥିବା ଶ୍ରୀଗଣେଶ ହୋଟେଲ ଉପରେ ବୁଧବାର ରାତିରେ ଜଗତସିଂହପୁର ପୋଲିସ ଅଚାନକ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ଆପତ୍ତିଜନକ ଅବସ୍ଥାରେ ଜଣେ ଯୁବତୀଙ୍କୁ ଉଦ୍ଧାର କରିଥିବା ବେଳେ ଯୁବତୀଙ୍କ ସହିତ ଥିବା ୪ ଯୁବକ ଫେରାର ହୋଇ ଯାଇଛନ୍ତି । ତେବେ ଏମାନେ ଆସିଥିବା ଏକ କାରକୁ ପୋଲିସ ଜବତ କରିବା ସହିତ କାର ଚାଳକକୁ ଥାନାକୁ ନେଇ ପଚରା ଉଚରା ଚଲାଇଛି ।

ଯୁବତୀ ଜଣଙ୍କ ଭୁବନେଶ୍ୱରରୁ ଆସିଥିବାର ପ୍ରାଥମିକ ତଦନ୍ତରୁ ଜଣାଯାଇଛି । ଏହି ହୋଟେଲରେ ଦେହ ବ୍ୟବସାୟ ଚାଲିଥିବାର ସୂଚନା ପାଇ ଜଗତସିଂହପୁର ପୋଲିସ ରାତି ପ୍ରାୟ ୯ଟା ୩୦ମିନିଟ ସମୟରେ ଅଚାନକ ହୋଟେଲ ଉପରେ ଚଢ଼ାଉ କରିଥିଲା । ଲକ୍ ଡାଉନ୍ ଯୋଗୁ ହୋଟେଲ ବ୍ୟବସାୟ ଏବେ ମାନ୍ଦା ପଡିଥିବା ବେଳେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା କେତେକ ହୋଟେଲ ଦେହ ବ୍ୟବସାୟ ଚଳାଇ ଭଲ ଦୁଇ ପଇସା ରୋଜଗାର କରୁଥିବାର ଅଭିଯୋଗ ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.