ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ; ଦୁଇ ଗିରଫ, ଜଣେ ଫେରାର
18/06/2019 at 10:29 AM

ସୁବର୍ଣ୍ଣପୁର ୧୮|୬: ସୁବର୍ଣ୍ଣପୁର ସହର ରୟାଲ ପଡିଆରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ରାତି ପ୍ରାୟ ୯ ଟା ବେଳେ ଯୁବତୀ ଜଣକ କାମ କରି ଘରକୁ ଫେରୁଥିବା ସମୟରେ ନିଛାଟିଆ ସ୍ଥାନରେ ତିନିଜଣ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏ ନେଇ ପୀଡିତା ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
ଏହା ପରେ ପୀଡିତାଙ୍କ ଡାକ୍ତରୀମାଇନା କରିବା ସହିତ ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଅଛି । ଗିରଫ ଅଭିଯୁକ୍ତ ଝୁପୁଡି ପଡାର ସୁଶାନ୍ତ ବାଘ ଓ ରାନୁ ନାଗକୁ ପୋଲିସ ଥାନାରେ ରଖି ପଚରା ଉଚୁରା କରୁଛି । ଅନ୍ୟ ଅଭିଯୁକ୍ତ ଝୁପୁଡିପଡାର ନବ ବାଗକୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।
Related Posts
ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳିତ
25 September 2023
ତୁଟୁନି ବର୍ଷା-ଅନୁଭବ ଅଡ଼ୁଆ, ପ୍ରଥମ ଦିନ ସରିଲା ଷ୍ଟାର ଦମ୍ପତିଙ୍କ କାଉନସେଲିଂ
25 September 2023
ରୋହିତ ପୂଜାରୀ ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି
25 September 2023
ଲଘୁଚାପ ଜନିତ ଲଗାଣ ବର୍ଷା : ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ
25 September 2023