ଜଳ ଭଣ୍ଡାରରୁ ମହିଳା ପୋଷ୍ଟମାଷ୍ଟରଙ୍କ ମୃତଦେହ ଉଦ୍ଧାର
28/03/2023 at 11:00 PM

ଲମତାପୁଟ ୨୮/୦୩: କୋଲାବ ଜଳଭଣ୍ଡାରରୁ ମହିଳା ପୋଷ୍ଟମାଷ୍ଟରଙ୍କ ମୃତ ଦେହ ଉଦ୍ଧାର। ମୃତ ମହିଳା ଜଣଙ୍କ ହେଲେ ପ୍ରିୟଙ୍କା ପ୍ରହରାଜ। ସେ ଟିକରପଡ଼ା ପଞ୍ଚାୟତର ପୋଷ୍ଟମାଷ୍ଟର ଥିଲେ। ଘରେ ତାଙ୍କ ମାଙ୍କ ପାଖରେ ମୋବାଇଲ ଛାଡ଼ି ଟିକେ ବାହାରକୁ ଯାଇ ଆସିବି କହି ସେ ଘରୁ ଯାଇଥିଲେ।
ବହୁସମୟ ପରେ ଘରକୁ ଫେରିନଥିବା ଦେଖି ମା ଖୋଜା ଖୋଜା କରି ଗାଁ ଲୋକଙ୍କୁ ଜଣାଇଥିଲେ। ଖୋଜାଖୋଜି କରିବା ପରେ ଜଳଭଣ୍ଡାର ନିକଟରେ ଚପଲ ପଡ଼ିଥିବା ଦେଖି ପାଣିରେ ଖୋଜିବାରୁ ପ୍ରିୟଙ୍କାଙ୍କ ମୃତ ଦେହ ମିଳିଥିଲା। ଘଟଣାସ୍ଥଳରେ ନନ୍ଦପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ପ୍ରିୟଙ୍କା ଆତ୍ମହତ୍ୟା କରିଥିବା ସନ୍ଦେହ କରୁଛି ପୋଲିସ।
Related Posts
ଗଛକୁ ଧକ୍କା ଦେଲା ବାଇକ୍; ଚାଳକ ମୃତ
29 May 2023