ମହଙ୍ଗା ପଡ଼ିଲା ପୋଲିସ କନେଷ୍ଟବଳଙ୍କ ପ୍ରେମ, ସହଯୋଗୀ ମହିଳା କନେଷ୍ଟବଳ ଆଣିଲେ ଯୌନ ନିର୍ଯାତନା ଅଭିଯୋଗ

Published By : Prameya-News7 Bureau | January 22, 2019 IST

ମୁରାଦାବାଦ ୨୨/୧-ପ୍ରେମ କୋଉଠି ନାହିଁ କହିଲେ । ପୋଲିସବାଲା ହେଲେ ବୋଲି ପ୍ରେମ କରିବେନି । ସବୁ ପ୍ରେମ କରନ୍ତୁ କିଛି ବାରଣ ନାହିଁ, କିନ୍ତୁ ପ୍ରେମବାଡ଼ିର ବ୍ରେକ୍ ଦେଇପାରୁଥିବା ଦରକାର , ନ ହେଲେ ଆଗକୁ ଆଗକୁ ଯଦି ମାଡ଼ିଚାଲିବ ତା ହେଲେ କଥା ସରିଲା । ନିଜର ମାନଇଜ୍ଜତ ତ ଯିବ,  କଥା ଦାଣ୍ଡରେ ପଡ଼ି ହାଟରେ ଗଡ଼ିବ । ସେମିତି ଘଟଣା ଘଟିଛି ଜଣେ କନେଷ୍ଟବଳଙ୍କ କ୍ଷେତ୍ରରେ । ବିବାହ କରିବାକୁ କହି ସାଥୀ ମହିଳା କନେଷ୍ଟବଳ ସହ ସଂପର୍କ ରଖି ଧୋକାଦେବା ପରେ ଘଟିଛି ଏହି ଘଟଣା । ମହିଳା ଆଣିଛନ୍ତି ସାଂଘାତିକ ଅଭିଯୋଗ ।

ମୁରାଦାବାଦ ମୁଖ୍ୟ କାର୍ଯ୍ୟାଳରେ କାମ କରୁଥିବା ମହିଳା କନେଷ୍ଟବଳଙ୍କ ସେହି ଥାନାରେ କାମ କରୁଥିବା ଜଣେ ପୁରୁଷ କନେଷ୍ଟବଳଙ୍କ ସହ ପ୍ରେମ ହୋଇଯାଇଥିଲା । ପୁରୁଷ କନେଷ୍ଟବଳ ବିବାହ କରିବାକୁ ମଧ୍ୟ ପ୍ରତିଶୃତି ଦେଇଥିଲେ । ବିବାହ କରିବାକୁ କହି ଲିଭ-ଇନରେ ସାଙ୍ଗରେ ରହୁଥିଲେ । ଦୁଇ ବର୍ଷକାଳ ସାଙ୍ଗରେ ରହିବା ପରେ ମହିଳାଙ୍କର  ୬୦୦କି.ମି. ଦୂର ମୁଲତାନପୁର ବଦଳି ହୋଇଯାଇଥିଲା । ବଦଳି ହେବାପରେ ପୁରୁଷ କନେଷ୍ଟବଳ ଆଉ ଯିବା ଆସିବା କରୁ ନଥିଲେ କି ସଂପର୍କ ରଖୁନ ଥିଲେ । ବିବାହ କରିବାକୁ କହିବାରୁ ସେ ସିଧାସିଧା ମନା କରିଦେଇଥିଲେ ।

ମହିଳାଙ୍କୁ ସେ ମଧ୍ୟ ବ୍ଲାକମେଲ କରିବାକୁ ପଛାଉ ନ ଥିଲେ । ଏହି ଘଟଣାରେ ଜିଲ୍ଲା ମୁଖ୍ୟାଳୟରେ ଅଭିଯୋଗ ଆଣିବା ପରେ ପୁରୁଷ କନେଷ୍ଟବଳଙ୍କ ବିରୋଧରେ ମାମଲା ରୁଜୁକରି କାର୍ଯ୍ୟାନୁଷ୍ଠାନ ନେବାକୁ ଏସପି ମହିଳାଙ୍କୁ ପ୍ରତିଶୃତି ଦେଇଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.