oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ଜେଲରେ ପୁଣି ଜଣେ କଏଦୀର ଆତ୍ମହତ୍ୟା
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୮୦ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ IDCO ସହକାରୀ ନିର୍ଦ୍ଦେଶକ, ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ
  • ||
  • ମୁମ୍ବାଇ : ଏକତା କପୁରଙ୍କ ବଢିଲା ଅଡୁଆ, ଗିରଫ ୱାରେଣ୍ଟ ଜାରି କଲେ ବିହାର କୋର୍ଟ
  • ||
  • ଭୁବନେଶ୍ୱର : ଗୁରୁବାରଠୁ ରାଜ୍ୟରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ମୟୂରଭଞ୍ଜରେ ମହିଳାଙ୍କୁ ଉଲଗ୍ନ କରି ମାଡ ମାରିବା ଅଭିଯୋଗ

5/09/2018 at 1:46 PM

ମୟୂରଭଞ୍ଜ ୫/୯:ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଧୀନ ନୁଦଡିହା ଗ୍ରାମରେ ଜଣେ ମହିଳାଙ୍କୁ ଉଲଗ୍ନ କରି ମରଣାନ୍ତକ ଆକ୍ରମଣ କରାଯାଇଛି । ଯାହାକୁ ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଥିବା ସୁଦ୍ଧା ପୋଲିସ୍ କାର୍ଯ୍ୟାନୁଷ୍ଠାନ ନେଇନାହିଁ । ନୁଦଡିହା ଗ୍ରାମର ଜଣେ ମହିଳାଙ୍କ ଘର ଦୁଆର ଦେଇ ତାଙ୍କ ପଡୋଶୀଙ୍କ ପାଇଖାନାର ପାଣି ପ୍ରବାହିତ ହେଉଥିଲା । ଯାହାକୁ ନେଇ ପୂର୍ବରୁ ମହିଳା ଜଣକ ବାରମ୍ବାର ପ୍ରତିବାଦ କରି ଆସିଥିଲେ । ହେଲେ ଗତ ରବିବାର ଦିନ ସେ ଏହି ଘଟଣାକୁ ପ୍ରତିବାଦ କରିବାରୁ ତାଙ୍କ ପଡୋଶୀ ଦୀପ୍ତିରଞ୍ଜନ ବେହେରା, ସସ୍ମିତା ବେହେରା, ରଜନୀ ବେହେରା ଏବଂ ନିରାକାର ବେହେରା ମିଳିତ ଭାବେ ତାଙ୍କୁ ମାରଣାସ୍ତ୍ର ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏହା ସହିତ ଦୀପ୍ତିରଞ୍ଜନ ବେହେରା ତାଙ୍କ ପରିବାର ଲୋକଙ୍କ ସହିତ ମିଶି ମହିଳାଙ୍କୁ ଉଲଗ୍ନ କରି ଘୋଷାରି ଘୋଷାରି ମାଡ ମାରିଥିଲେ। ଏପରିକି ମହିଳାଙ୍କ ଝିଅ ଏବଂ ପୁଅ ଏହାର ପ୍ରତିବାଦ କରିବାରୁ ସେମାନଙ୍କୁ ମଧ୍ୟ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ । ଏହି ଘଟଣା ବାବଦରେ ମହିଳା ଜଣକ କପ୍ତିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ଏହି ଘଟଣାର ମୁଖ୍ୟ କାର୍ପଟଦାର ଦୀପ୍ତିରଞ୍ଜନଙ୍କ ତାଙ୍କ ଅଂଚଳରେ ପତିଆରା ଥିବାରୁ ତାଙ୍କ ବିରୁଦ୍ଧରେ ପୋଲିସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ପଛଘୁଂଚା ଦେଉଥିବା ଅଭିଯୋଗ ମଧ୍ୟ ହୋଇଛି ।

   Related Posts