ଦେବେନ୍ଦ୍ର ନଗରରେ ମହିଳାଙ୍କୁ ଛୁରୀ ଭୁସି ହତ୍ୟା : ଅଭିଯୁକ୍ତ ମୁନା ଭୂୟାଁ ଗିରଫ

Published By : Prameya-News7 Bureau | March 05, 2024 IST

କଟକ ୫।୩: କଟକ ଦେବେନ୍ଦ୍ର ନଗରରେ ମହିଳାଙ୍କୁ ଛୁରୀ ଭୁସି ହତ୍ୟା ଘଟଣାରେ ଅଭିଯୁକ୍ତ ମୁନା ଭୂୟାଁକୁ ଗିରଫ କଲା ସିଆରଆରଆଇ ଥାନା ପୋଲିସ । ଘଟଣାର ଗୁରୁତ୍ବ ଥିବାରୁ ଏହାକୁ ରେଡ୍ ଫ୍ଲାଗ୍ ହିସାବରେ ଗ୍ରହଣ କରାଯିବ । ଏଥିସହ ମାସେ ଭିତରେ ତଦନ୍ତ କରି ଚାର୍ଜସିଟ୍ ପ୍ରଦାନ କରାଯିବ । ଏ ନେଇ କଟକ ଅତିରିକ୍ତ ଡିସିପି ଅନୀଲ ମିଶ୍ର ସୂଚନା ଦେଇଛନ୍ତି । ସୋମବାର ରାତିରେ ଭାରତୀ ସାହୁ ନାମକ ମହିଳାଙ୍କୁ ଅଭିଯୁକ୍ତ ମୁନା ଛୁରୀ ଭୁସି ହତ୍ୟା କରିଥିଲା ।

ସୂଚନାଯୋଗ୍ୟ ଯେ, କଟକ ନେହେରୁପଲ୍ଲୀ ଦେବେନ୍ଦ୍ର ନଗର ଅଞ୍ଚଳରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣଙ୍କ ଜୀବନ ଯାଇଥିଲା ।  ମୃତ ମହିଳା ଭାରତୀ ସାହୁ ହୋଇଥିବା ବେଳେ ତାଙ୍କ ବୟସ ୫୦ ବର୍ଷ ବୋଲି ସୂଚନା ମିଳିଥିଲା । ସୋମବାର ରାତି ପ୍ରାୟ ୮ଟା ୩୦ମିନିଟ୍ ସମୟରେ ସେହି ଅଞ୍ଚଳର ମୁନା ନାମକ ଜଣେ ଯୁବକ ହଠାତ ଭାରତୀଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ । ଯାହା ଫଳରେ ଗୁରୁତର ଅବସ୍ଥାରେ ତାଙ୍କୁ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ସେହିଭଳି ଅଭିଯୁକ୍ତ ମୁନା ନାମରେ ପୂର୍ବରୁ ଅନେକ ଅପରାଧିକ ମାମଲା ରହିଥିବା ବେଳେ ସେ ପୂର୍ବରୁ ଭାରତୀଙ୍କ ବଡ଼ ଝିଅକୁ ଅସଦ ବ୍ୟବହାର କରିବା ଅଭିଯୋଗରେ ଜେଲ ମଧ୍ୟ ଯାଇଥିଲେ । ପ୍ରତିଶୋଧ ପରାୟଣ ହୋଇ ହତ୍ୟାକାଣ୍ଡ ଘଟାଇଥିବା କଥା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ସିଆରଆରଆଇ ଥାନା ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଅଭିଯୁକ୍ତକୁ ଗିରଫ କରିଛି ।

You Can Read :

wp:embed {"url":"https://www.prameyanews7.com/prime-minister-narendra-modi-and-chief-minister-naveen-patnaik-pays-tribute/","type":"wp-embed","providerNameSlug":"prameya-news-7"}
https://www.prameyanews7.com/prime-minister-narendra-modi-and-chief-minister-naveen-patnaik-pays-tribute/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.