oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୧୧ କୋଭିଡ୍ ପଜିଟିଭ୍
  • ||
  • ଲମତାପୁଟ : କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର
  • ||
  • ଭୁବନେଶ୍ୱର : ବର୍ଷାରେ ଭିଜିବ ଦଶହରା, ୨ରେ ଆସୁଛି ଆଉ ଏକ ଲଘୁଚାପ !
  • ||

ମର୍ମନ୍ତୁଦ ସଡକ ଦୁର୍ଘଟଣା : ଟ୍ରକ୍ ଚକା ତଳେ ପଶିଗଲେ ଯୁବତୀ, ଘଟଣାସ୍ଥଳରେ ମୃତ୍ୟୁ

30/12/2020 at 11:05 AM

ଝାରସୁଗୁଡା ୩୦।୧୨: ଝାରସୁଗୁଡା ଜିଲ୍ଲା ବେଲପାହାଡ ଗୁମାଡେରାଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଘଟଣାସ୍ଥଳରେ ଜଣେ ଯୁବତୀଙ୍କର ମୃତ୍ୟୁ ହୋଇଛି । ଏକ ମାଲବାହୀ ଟ୍ରକ୍ ଜଣେ ଯୁବତୀଙ୍କୁ ଧକ୍କା ଦେବାରୁ ଯୁବତୀ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ମୃତ ଯୁବତୀ ଜଣଙ୍କ ହେଲେ ଶ୍ରୀୟା ଆଇଚ । ତାଙ୍କ ବୟସ ୨୨ ବର୍ଷ । ତାଙ୍କ ଘର ଗୁମାଡେରାର ଟିଆରଏଲ କଲୋନୀରେ ବୋଲି ଜଣାପଡିଛି ।

ମୃତ ଶ୍ରୀୟା ବୁଧବାର ଗୁମାଡେରାରୁ ବେଲପାହାଡ ଅଭିମୁଖେ ନିଜ ମାଏଷ୍ଟ୍ରୋ ଗାଡିରେ ଯାଉଥିବା ବେଳେ ଟ୍ରକଟି ତାଙ୍କୁ ଧକ୍କା ଦେଇଥିଲା । ଯୁବତୀ ଜଣଙ୍କ ଟ୍ରକ୍ ଚକ ତଳେ ପଶିଯାଇଥିଲେ । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ଯୋଗୁଁ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣା ପରେ ଟ୍ରକକୁ ଜବତ କରିଛି ପୋଲିସ । ଘଟଣାସ୍ଥଳରୁ ଟ୍ରକ୍ ଡ୍ରାଇଭର ଫେରାର ହୋଇଯାଇଛି । ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି ।

ସ୍ଥାନୀୟ ଲୋକେ ବେଲପାହାଡ଼ ବନ୍ଧବାହାଲ ରୋଡ଼କୁ ଜାମ୍ କରି ମାଲବାହୀ ଗାଡି ପାଇଁ ସ୍ବତନ୍ତ୍ର ରୋଡ଼ ଦାବି କରିଛନ୍ତି । ଘଟଣାସ୍ଥଳରେ ବେଳପାହାଡ଼ ପୋଲିସ ଉପସ୍ଥିତ ରହି ଲୋକଙ୍କୁ ବୁଝାସୁଝା କରୁଛି।

   Related Posts