ମାଲକାନଗିରି ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କଲେ ମହିଳା ମାଓବାଦୀ

Published By : Prameya-News7 Bureau | January 21, 2020 IST

ମାଲକାନଗିରି ୨୧।୧: ମାଲକାନଗିରି ଏସପିଙ୍କ ନିକଟରେ ମହିଳା ମାଓବାଦୀ ଆତ୍ମ ସମର୍ପଣ କରିଛନ୍ତି । ଛତିଶଗଡ ଦରଭା ନକ୍ସଲ ସଂଗଠନ ହାଡକୋର ମାଓବାଦୀ ଆଡମେ ମାଡକାମୀ ଗତ ୮ ବର୍ଷ ଧରି ମାଲକାନଗିରି ଓ ଛତିଶଗଡ ସୀମାନ୍ତରେ ଜଣେ ସକ୍ରିୟ ସଦସ୍ୟା ଭାବେ କାର୍ଯ୍ୟ କରୁଥିଲେ ।

{"id":214173,"sizeSlug":"large"}

ମାଥିଲି ଥାନା ଅନ୍ତର୍ଗତ ଲୁଲେର ଗାଁରେ ରାସ୍ତା କାମରେ ନିୟୋଜିତ ଗାଡି ପୋଡି, ମହୁପଦର ଜଙ୍ଗଲରେ ପୋଲିସ ବାହିନୀ ଉପରେ ଏନକାଉଣ୍ଟର ସହ ଦଣ୍ଡିପଦର ଗାଁର ଭିମା ମାଡକାମୀ, କୁନ୍ତୁରପଦର ଗ୍ରାମର ପରଦେଶୀ ଦୁରୁଆ ଓ ଯନ୍ଦ୍ରାଗୁଡା ଗ୍ରାମର ମୁଇଆ କବାସିଙ୍କ ହତ୍ୟା ଘଟଣାରେ ମୁଖ୍ୟ ଥିଲେ ଆଡମେ ମାଡକାମୀ । ଆଡମେ ମାଡକାମୀଙ୍କ ନାଁରେ ଛତିଶଗଡ ସରକାର ପୂର୍ବରୁ ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରିଥିଲେ ।

{"id":214174,"sizeSlug":"large"}

ଆଡମେ ମାଡକାମୀଙ୍କ ନିଜ ଘର ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ କମାରିପାଲ୍ଲି ଗାଁରେ ହୋଇଥିବା ବେଳେ ମାଓ ଧମକ ଯୋଗୁଁ ଅଞ୍ଚଳରେ ସରକାରଙ୍କ ଉନ୍ନୟନ କାମ ଠପ୍ ହୋଇପଡିଛି । ଏହାସହ ମାଓ ସଂଗଠନରେ ମହିଳାମାନଙ୍କୁ ଶାରିରୀକ ନିର୍ଯାତନା ଦିଆଯାଉଥିବାରୁ ଆଡମେ ମାଡକାମୀ ମାଲକାନଗିରି ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.