କମ୍ବିଂ ଅପରେସନ୍ ବେଳେ ଜବାନ-ମାଓବାଦୀ ମୁହାଁମୁହିଁ : ମହିଳା ମାଓବାଦୀ ମୃତ, ୨ଟି ବନ୍ଧୁକ ଓ ଗୁଳି ଜବତ

Published By : Prameya-News7 Bureau | December 12, 2020 IST

କନ୍ଧମାଳ ୧୨।୧୨: କନ୍ଧମାଳ ଜିଲ୍ଲାର ଗୋଚ୍ଛାପଡା ଓ ଫିରିଙ୍ଗିଆ ଥାନା ଅନ୍ତର୍ଗତ କୁଇରିମାଣ୍ଡୁର ପଦରପଡା ଜଙ୍ଗଲରେ ଏସଓଜି ଓ ଡିଭିଏଫ ଜବାନମାନେ ଗତ ୯ ତାରିଖରେ କମ୍ବିଂ ଅପରେସନ କରିଥିଲେ । ଏହି ସମୟରେ ଜବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଘଞ୍ଚ ଜଙ୍ଗଲର ସୁଯୋଗ ଉଠାଇ ମାଓବାଦୀମାନେ ଛତ୍ରଭଙ୍ଗ ଦେଇ ଚାଲିଯାଇଥିଲେ ।

ପୁଣି ୧୧ ତାରିଖ ଦିନ ସର୍ଚ୍ଚ ଅପରେସନ ବେଳେ ଜବାନମାନଙ୍କ ଗୁଳିମାଡରେ ଜଣେ ମହିଳା କ୍ୟାଡର ମାଓବାଦୀର ମୃତଦେହ ମିଳିଥିଲା । ଘଟଣାସ୍ଥଳରୁ ପୋଲିସକୁ ୨ଟି ବନ୍ଧୁକ ସମେତ ୪ଟି ଗୁଳି, ଟର୍ଚ୍ଚ ଓ ଅନେକ ମାଓ ସାମଗ୍ରୀ ମିଳିଥିଲା । ଏହି ସଂଗଠନ ଓଡିଶା କମିଟିର କେକେବିଏନ ଡିଭିଜନର ଜଣାପଡିଛି । ଗୁଳି ବିନିମୟ ସମୟରେ ୧୦ରୁ ୧୫ମାଓବାଦୀ ଥିବା ଏହି ସଂଗଠନର ଦସ୍ୟୁ ନେତୃତ୍ବ ନେଉଥିବା ସୂଚନା ଦେଇଛନ୍ତି କନ୍ଧମାଳ ଏସପି ବିନୀତ ଅଗ୍ରୱାଲ । ତେବେ ଏହି ଘଟଣା ପରେ ପୋଲିସ କମ୍ବିଂ ଅପରେସନକୁ ଜୋରଜାର କରିଛି ।

ତେବେ ଗତ ବର୍ଷକ ମଧ୍ୟରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ସମୟରେ ଗୁଳିବିନିମୟରେ ୧୦ରୁ ଅଧିକ କ୍ୟାଡର ମାଓବାଦୀଙ୍କ ମୃତ୍ୟୁ ଘଟିଲାଣି । ମାଓବାଦୀମାନେ ହିଂସା ଛାଡି ସମାଜର ମୁଖ୍ୟକୁ ଶ୍ରୋତକୁ ଫେରିବାକୁ ଆହ୍ଵାନ ଦେଇଛନ୍ତି କନ୍ଧମାଳ ଏସପି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.