ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ମେଡିକାଲ ପଠାଇବା ବେଳେ ଚାଲିଗଲା ଯୁବତୀଙ୍କ ଜୀବନ

Published By : Prameya-News7 Bureau | August 25, 2023 IST

କଟକ ୨୫।୮: ସ୍କୁଟିକୁ ଧକ୍କା ଦେଲା ଟ୍ରକ୍ । ଯୁବତୀଙ୍କୁ ମେଡିକାଲ ପଠାଇବା ବେଳେ ଚାଲିଗଲା ଜୀବନ । ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ଗାଡିକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, କଟକ ସଦର ଥାନା ଅନ୍ତର୍ଗତ ଗୋପାଳପୁର କାଠଯୋଡି ବ୍ରିଜ୍ ଉପରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି । ଯୁବତୀ ଜଣଙ୍କ ସ୍କୁଟି ଯୋଗେ ଭୁବନେଶ୍ଵର ଆଡୁ କଟକ ପଟକୁ ଆସୁଥିବା ବେଳେ ପଛପଟୁ ଟ୍ରକ୍ ଧକ୍କା ଦେଇଥିଲା । ଗୁରୁତର ଆହତ ଅବସ୍ଥାରେ ଯୁବତୀ ଜଣଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲ୍ ପଠାଯିବା ସମୟରେ ଯୁବତୀ ଜଣଙ୍କର ଘଟଣାସ୍ଥଳରେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ଯୁବତୀ ଜଣଙ୍କ ନାମ ସ୍ନେହା ସାହୁ ହୋଇଥିବା ବେଳେ ସେ ଏକ ପ୍ରାଇଭେଟ୍ ଫାଇନାନ୍ସ କମ୍ପାନୀର କର୍ମଚାରୀ ବୋଲି ସୂଚନା ମିଳିଛି । ଅନ୍ୟପଟେ ସଦର ଥାନା ପୋଲିସ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଜବତ କରିଛି ।

You Can Read :

wp:embed {"url":"https://www.prameyanews7.com/where-is-saintala-si-now/","type":"wp-embed","providerNameSlug":"prameya-news-7"}
https://www.prameyanews7.com/where-is-saintala-si-now/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.