ପୋଲିସ ପରିଚୟ ଦେଇ ମହିଳା ଇନ୍ସପେକ୍ଟରଙ୍କ ସ୍ବାମୀ କରୁଥିଲେ ଏଭଳି, ଭାଇରାଲ୍ ହେଲା ଅଡିଓ କ୍ଲିପ୍

Published By : Prameya-News7 Bureau | November 23, 2019 IST

ଭୁବନେଶ୍ବର ୨୩।୧୧: ପୁରୀ ଜିଲ୍ଲାର ଏକ ଥାନାରେ ରହିଥିବା ଜଣେ ମହିଳା ଇନ୍ସପେକ୍ଟରଙ୍କ ସ୍ବାମୀଙ୍କ ଅଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି । ଏହି ଅଡିଓରୁ ଜଣା ପଡୁଛି ଯେ, ଟଙ୍କା କାରବାର ଉପରେ ମଧ୍ୟସ୍ଥତା କରୁଛନ୍ତି ଇନ୍ସପେକ୍ଟରଙ୍କ ସ୍ବାମୀ । ୨୦ ମିନିଟ୍ ର ରହିଛି ଭିଡିଓ । ନିଜକୁ ଖୋର୍ଦ୍ଧା ଥାନାର ପୋଲିସର ପରିଚୟ ଦେଇ ଇନ୍ସପେକ୍ଟରଙ୍କ ସ୍ବାମୀ ଧମକ ଚମକ ମଧ୍ୟ ଦେଉଛନ୍ତି । ଏହି କଥା ଜଣାପଡିବା ପରେ ପୋଲିସ ଉକ୍ତ ଇନ୍ସପେକ୍ଟରଙ୍କ ସ୍ବାମୀଙ୍କୁ ବାନ୍ଧିବାକୁ ଯୋଜନା କରୁଥିବା ଜଣାପଡିଛି ।


ଅଡିଓରେ ମହିଳା ଇନ୍ସପେକ୍ଟରଙ୍କ ସ୍ବାମୀ କହୁଛନ୍ତି ଯେ, ଦେବାଶିଷ ବାବୁ ମୁଁ ରାଜେଶ ମହାନ୍ତି କହୁଛି ଖୋର୍ଦ୍ଧା ଥାନାରୁ । ଶୁଣ… ମୁଁ ତୁମ ଘର ବିଷୟରେ ସବୁ ଜାଣିଛି । ମୁଁ ତୁମ ଗାଁକୁ ଯାଏ । ତୁମ ଗାଁରେ କାଠ କାମ କରେ ଯେଉଁ ଟୋକା, ତାକୁ ମୋ ନାଁ ପଚାରିବ ସେ କହିବ ମୁଁ କିଏ । ଯେଉଁ ଘଟଣା ବିଷୟରେ ପାପୁ କହିଲା, ମୁଁ ତାକୁ କହିଲି ସେ ପିଲାକୁ ଉଦ୍ଧାର କରି ଆଗ ଘରେ ଛାଡ଼। ତା’ପରେ ପାପୁ ତମ ଘରେ ଛାଡ଼ିଲା। କ’ଣ କେମିତି କରି ପିଲାମାନଙ୍କ ଟଙ୍କା ପଇସା ବିଷୟରେ କଥା ହେବା…। ଯାହାତ ହୋଇଛି ତ ହୋଇଛି । କେମିତି ଆମେ ପିଲାମାନଙ୍କ ଟଙ୍କା କଥା ସେଟେଲ୍‌ ମେଣ୍ଟ କରିବ। ମୁଁ ତୁମ ଶୁଭ ଚିନ୍ତକ ଭାବେ କହୁଛି । ନଟ୍‌ ଏ ପୋଲିସ୍ ଅଫିସ୍‌ର ଭାବେ ତୁମ ମୋବାଇଲ୍‌କୁ ଫୋନ୍‌ କରୁଛି। ସମସ୍ତେ ମୋ ପାଖରେ ବସିଛନ୍ତି କିଛି ବ୍ୟସ୍ତ ହେବାର ନାହିଁ । ତମ ବିଷୟରେ ସବୁ ତଥ୍ୟ ହାସଲ୍‌ କରିଛି । ମୁଁ ଜାଣିଛି ତୁମେ ଆଉଟ୍‌ ଅଫ୍‌ ଷ୍ଟେସନ୍‌ ହେବା ଲୋକ ନୁହଁ । ତମ ବାହାଘର ଭିଡିଓ ବି ପାଖରେ ଅଛି । ତୁମେ ମତେ ସହଯୋଗ କଲେ ମୁଁ ତମକୁ ସହଯୋଗ କରିବି । କ’ଣ କରିବା ମତେ କୁହ । ସେପଟୁ ଦେବାଶିଷ ନାମକ ଜଣେ ବ୍ୟକ୍ତି ରାଜେଶଙ୍କୁ ଖାଲି ଆଜ୍ଞା ସାର୍‌, ହଁ ସାର୍‌ ବୋଲି କହୁଛନ୍ତି ।

ଏହିଭଳି୨୦ ମିନିଟ୍ ଧରି ସେମାନଙ୍କ ମଧ୍ୟରେ ବାର୍ତ୍ତାଳପ ହୋଇଛି । ଏହି ଅଡିଓ ଭାଇରାଲ୍‌ ହେବା ପରେ ଏବେ ଖୋର୍ଦ୍ଧା ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.