oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାଜପୁର:ପ୍ରଧାନ ଶିକ୍ଷକଙ୍କ ବଦଳିକୁ ବିରୋଧ, ରାସ୍ତା ଉପରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ
  • ||
  • ଛତିଶଗଡ଼ରେ ୪ ଓଡ଼ିଆଙ୍କୁ ନିର୍ମମ ହତ୍ୟା, ସ୍ୱାମୀ-ସ୍ତ୍ରୀ ଓ ଦୁଇ ଛୁଆ ମୃତ
  • ||
  • ଶାରଳାଙ୍କ ପୀଠରେ ଷଷ୍ଠୀ ପୂଜା, ମା’ଙ୍କ ଦର୍ଶନ ଲାଗି ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୩ କୋଭିଡ୍ ପଜିଟିଭ୍
  • ||
  • ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍
  • ||
  • ଦୁଷ୍କର୍ମ ଅଭିଯୋଗରେ ଜେଲ୍ ଗଲା ଟୁଙ୍ଗୁରୁ ଭୋଳ, ବହୁଚର୍ଚ୍ଚିତ ପ୍ରେମ କାହାଣୀରେ ପଡିଲା ପୂର୍ଣ୍ଣଚ୍ଛେଦ
  • ||
  • ମହାଷଷ୍ଠୀରେ ଭିଜିବ ଉପକୂଳ, ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ପହିଲାରୁ ବଢିବ ବର୍ଷା ପରିମାଣ
  • ||
  • ଶୁକ୍ରବାର ବସିବ କ୍ୟାବିନେଟ ବୈଠକ, ୧୦ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||

ଭୁବନେଶ୍ୱର ଶ୍ରୀ ବିହାରରେ ଡାକ୍ତରାଣୀଙ୍କ ସନ୍ଦେହଜନକ ମୃତ୍ୟୁ, ବର୍ଷେ ତଳେ ହୋଇଥିଲା ବିବାହ ବିଚ୍ଛେଦ

14/09/2018 at 12:53 PM

ଭୁବନେଶ୍ୱର ୧୪/୯ : ଭୁବନେଶ୍ୱର ଶ୍ରୀବିହାର ଅଂଚଳରେ ଥିବା ଏକ ଭଡା ଘରୁ ଜଣେ ମହିଳାଙ୍କ ଡାକ୍ତରଙ୍କ ମୃତଦେହ ଉଦ୍ଧାର ହୋଇଛି | ମୃତ ହୋମିଓପାଥି ଡାକ୍ତରାଣୀ ହେଲେ ମନସ୍ବିନୀ ବାରିକ | ତାଙ୍କ ବୟସ ୨୫ ବର୍ଷ ହେବ | ମୃତ ଡାକ୍ତରାଣୀଙ୍କ ଶବ ନିକଟରୁ ଏକ ଭେକ୍ରନିୟମ ଇଞ୍ଜେକ୍ସନ ସିସି ପୋଲିସ ଉଦ୍ଧାର କରିଛି | ଫଳରେ ମୃତ ଡାକ୍ତରାଣୀ ଏହି ଇଞ୍ଜେକ୍ସନ ନେଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି | ଖବର ନେବାରେ ଜଣାପଡିଛି, ମୃତ ଡାକ୍ତରାଣୀଙ୍କ ନିଜ ଘର ବରଗଡ଼ ଜିଲ୍ଲାର ମେଲଛାମୁଣ୍ଡାରେ | ସେ ନିଜ ଭାଇଙ୍କ ସହ ଶ୍ରୀବିହାରରେ ରହୁଥିଲେ | ସ୍ଥାନୀୟ କେୟାର ହସ୍ପିଟାଲର ହୋମିଓପାଥିକ ବିଭାଗରେ କାମ କରୁଥିଲେ | ତାଙ୍କ ଭାଇ ମଧ୍ୟ ହୋମିଓପାଥିକ ଡାକ୍ତର | ୩ ବର୍ଷ ତଳେ ମୃତ ଡାକ୍ତରାଣୀଙ୍କ ବିବାହ ହୋଇଥିଲା | ଗତ ବର୍ଷକ ତଳେ ଆଇନଗତ ଭାବେ ତାଙ୍କର ବିବାହ ବିଚ୍ଛେଦ ହୋଇଥିଲା |


ନୂଆଖାଇ ପାଇଁ ଗତକାଲି ମୃତ ଡାକ୍ତରାଣୀଙ୍କ ଭାଇ ନିଜ ଗାଁ ମେଲଛାମୁଣ୍ଡା ଯାଇଥିଲେ | ସନ୍ଧ୍ୟାରେ ଭାଇ ବାରମ୍ବାର ଫୋନ କରିବେ ସତ୍ୱେ ମନସ୍ବିନୀ ଫୋନ ନ ଉଠାଇବାରୁ କିଛି ଅଘଟଣ ଆଶଙ୍କା କରିଥିଲେ | ନିଜର କିଛି ସାଙ୍ଗଙ୍କୁ ଶ୍ରୀ ବିହାର ଘରକୁ ପଠାଇଥିଲେ ଦେଖିବା ପାଇଁ | ସାଙ୍ଗମାନେ ଘରର କବାଟ ଭାଙ୍ଗି ଭିତରକୁ ଗଲାବେଳେ ଘର ଭିତରେ ମନସ୍ବିନୀଙ୍କ ମୃତଦେହ ପଡିଥିବା ଦେଖିଥିଲେ | ଘଟଣାସ୍ଥଳରେ ପୋଲିସ ପହଂଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି | ମୃତ ମନସ୍ବିନୀଙ୍କ ପରିବାର ଲୋକ ମଧ୍ୟ ବିଳମ୍ବିତ ରାତିରେ ପହଂଚିଥିଲେ | ମନସ୍ବିନୀ ଅତ୍ୟନ୍ତ ଦୃଢ ଥିଲେ ଓ ତାଙ୍କର କୌଣସି ମାନସିକ ଅବସାଦ ନଥିଲା ବୋଲି ତାଙ୍କ ପିତା କହିଛନ୍ତି | ମନସ୍ବିନୀ ଆତ୍ମହତ୍ୟା କରିଥିବା ନେଇ ମଧ୍ୟ ସେ ସନ୍ଦେହ ପ୍ରକାଶ କରିବା ସହ ଘଟଣା ପଛରେ ଆଉ କିଛି କାରଣ ଥାଇ ପରେ ମଧ୍ୟ ଆଶଙ୍କା ପ୍ରକାଶ କରିଛନ୍ତି | ପୋଲିସ ଘଟଣାର ତଦନ୍ତ କରୁଛି | ଖବର ନେବାରେ ଜଣାପଡିଛି ଯେ, ଭେକ୍ରନିୟମ ଇଞ୍ଜେକ୍ସନ ସାଧାରଣତଃ ନିଶ୍ଚେତକ ଭାବରେ ବ୍ୟବହାର କରାଯାଏ | ଆଇସିୟୁରେ ଏହାର ଅଧିକ ବ୍ୟବହାର ହୋଇଥାଏ | ଅଧିକ ଡୋଜର ଭେଙ୍କରନିୟମ ଜୀବନ ନେଇପାରେ ବୋଲି ଜଣାପଡିଛି | ସୂଚନାଯୋଗ୍ୟଯେ, ଗତକାଲି ମନସ୍ବିନୀ ନିଜ ଫେସବୁକ ଆକାଉଣ୍ଟ ମଧ୍ୟ ଡିଲିଟ କରିଦେଇଛନ୍ତି |

   Related Posts