ସାଇଶ୍ରୀଙ୍କ ପରିବାରଙ୍କୁ ମିଳିବ ନ୍ୟାୟ, ଅଭିଯୁକ୍ତ ତନୁଶ୍ରୀଙ୍କୁ ଡାକ୍ତରଖାନାରୁ ଗିରଫ କରିନେଲା ପୋଲିସ

Published By : Prameya-News7 Bureau | June 25, 2020 IST

ଭୁବନେଶ୍ୱର ୨୫।୦୬: ବହୁଚର୍ଚ୍ଚିତ ଆଇଗିଣିଆ ରାଜୀବନଗରରେ ସାଇରାମ ହତ୍ୟା ଘଟଣା । ହତ୍ୟାକାଣ୍ଡ ଘଟଣାର ୨୩ଦିନ ପରେ ମୁଖ୍ୟ ଅଭିଯୁକ୍ତ ତନୁଶ୍ରୀକୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ । ସାଢେ ୫ବର୍ଷର ଶିଶୁପୁତ୍ର ସାଇଶ୍ରୀ ତଣ୍ଟିଚିପି ହତ୍ୟା କରିଥିଲେ । ଏବଂ ପରେ ନିଜ ଆତ୍ମହତ୍ୟ ଉଦ୍ୟମ କରିଥିଲେ । ସେବେଠାରୁ ସେ ମେଡିକାଲରେ ଚିକିତ୍ସାଧୀନ ରହିଥିଲେ । ତେବେ ମେଡିକାଲରୁ ସୁସ୍ଥ ହେବା ପରେ ତାଙ୍କୁ ଆଜି ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ । ଗିରଫ ପରେ ତନୁଶ୍ରୀକୁ କୋର୍ଟ ଚାଲାଣ କରାଯାଇଛି ।  

{"id":291314,"sizeSlug":"large"}

ସୂଚନା ଥାଉକି, ରାଜୀବ ନଗର ଏଚ୍‌ଆଇଜି ୩୦ର ‘ଲକ୍ଷ୍ମୀ ବାସୁଦେବ ଭବନ’ରେ ରହୁଛନ୍ତି ସମୀର ପାତ୍ରଙ୍କ ପରିବାର । ଗତ ୩ ତାରିଖ ସାଢ଼େ ୧୧ଟା ବେଳେ ସମୀରଙ୍କ ଘରକୁ ଯାଇଥିଲେ ପଡ଼ୋଶୀ ତନୁଶ୍ରୀ । ତାଙ୍କ ଝିଅ ସହ ଖେଳିବାକୁ କହି ନିଜ ଘରକୁ ସାଇଶ୍ରୀକୁ ଡାକି ନେଇଥିଲେ । ଘଣ୍ଟାଏ ଯାଏଁ ସାଇଶ୍ରୀ ଘରକୁ ଫେରି ନ ଥିଲା । ବଡ଼ ଭାଇ ଓମ୍‌ଶ୍ରୀ ତନୁଶ୍ରୀଙ୍କ ଘରକୁ ଯାଇ ଦେଖନ୍ତି ତ ସାଇଶ୍ରୀ ତଳେ ଅଚେତ୍‌ ଅବସ୍ଥାରେ ପଡି଼ଛି । ତାଙ୍କ ବେକରେ ଏକ ଓଢଣି ଗୁଡ଼ାଯାଇଛି। ଖଟରେ ତନୁଶ୍ରୀ ମଧ୍ୟ ବେହୋସ୍‌ ଅବସ୍ଥାରେ ପଡି଼ଛନ୍ତି । ତାଙ୍କ ପାଖରେ କୁନି ଝିଅ ମୋବାଇଲ୍‌ ଧରି ଦେଖୁଛି। ଓମ୍‌ଶ୍ରୀ ଧାଇଁ ଯାଇ ଏ ଖବର ନିଜ ଘରେ ଜଣାଇଥିଲେ । ସାଇଶ୍ରୀଙ୍କ ପରିବାର ଲୋକ ତୁରନ୍ତ ତାଙ୍କୁ ନିକଟସ୍ଥ ଘରୋଇ ହସ୍ପିଟାଲକୁ ନେଇଥିଲେ । ସେଠାରେ ଡାକ୍ତର ସାଇଶ୍ରୀକୁ ମୃତ ଘୋଷଣା କରିଥିଲେ ।

ଅନ୍ୟପକ୍ଷେ ସୁବାସ ତରବରିଆ ଭାବେ ଘଟଣାସ୍ଥଳରେ ପହଞ୍ଚି ତନୁଶ୍ରୀଙ୍କୁ ଏମ୍ସ ହସ୍ପିଟାଲକୁ ନେଇଥିଲେ । ସେଠାରେ ତନୁଶ୍ରୀଙ୍କ ଚିକିତ୍ସା ଜାରି ରହିଥିଲା । ପାରିପାର୍ଶିକ ସ୍ଥିତିରୁ ତନୁଶ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଥିଲା । ତେବେ ୫ ବର୍ଷର ଶିଶୁ ପୁତ୍ରକୁ ତନୁଶ୍ରୀ କାହିଁକି ହତ୍ୟା କଲେ ସେ ବିଷୟରେ ଜାଣିବା ପାଇଁ ରାଜୀବନଗର ସମେତ ରାଜଧାନୀବାସୀ ଚାହିଁ ବସିଥିଲେ ମଧ୍ୟ ଏହି ବର୍ବର ହତ୍ୟାକାଣ୍ଡ ଉପରୁ ପୁଲିସ ପରଦା ହଟାଇ ପାରିନି । ସେହିଦିନ ଠାରୁ ଖଣ୍ଡଗିରି ଥାନା ପୁଲିସ ତଦନ୍ତ ଜାରି ରଖିଥିଲା । ତନୁଶ୍ରୀ କାହିଁକି ଓ କେଉଁ କାରଣରୁ ଏଭଳି ବର୍ବର କାଣ୍ଡ ଭିଆଇଲେ, ଏଯାଏଁ ତାହାର କିଛି ଠୋସ୍‌ ପ୍ରମାଣ ପୁଲିସକୁ ମିଳିନାହିଁ । କିନ୍ତୁ ତନୁଶ୍ରୀଙ୍କ ଝିଅ ବୟାନରୁ ସ୍ପଷ୍ଟ ହୋଇଛି ଯେ, ତନୁଶ୍ରୀ ହିଁ ଓଢ଼ଣିରେ ସାଇଶ୍ରୀଙ୍କ ତଣ୍ଟିକୁ ଚିପି ହତ୍ୟା କରିଥିଲେ । ଶେଷରେ ମେଡିକାଲେ ଚିକିତ୍ସିତ ହେଉଥିବା ତନୁଶ୍ରୀ ସୁସ୍ଥ ହେବା ପରେ ତାଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.