ଏହି ପାଣି ପିଇବା ଦ୍ବାରା ଶରୀରରେ ଅଭାବ ହେବନି ରକ୍ତ, ଏହାର ଅଛି ଅନେକ ଉପକାରିତା

Published By : Prameya-News7 Bureau | May 17, 2022 IST

ଶରୀରରେ ରକ୍ତ ଅଭାବ ଯୋଗୁଁ ଅନେକ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଥିବା ଲୋକମାନେ ଆଜିଠାରୁ ନିଜ ଖାଦ୍ୟରେ ଭେଣ୍ଡି ପାଣିକୁ ସାମିଲ କରିବା ଉଚିତ । ଏହାଦ୍ବାରା ନା କେବଳ ରକ୍ତ ଅଭାବକୁ ପୂରଣ ହୁଏ ବରଂ ଅନେକ ରୋଗରେ ସହାୟତା କରିବ । ଯେହେତୁ ସମସ୍ତେ ଜାଣନ୍ତି ଯେ ଭେଣ୍ଡି ଖାଇବା ଦ୍ବାରା କୋଲେଷ୍ଟ୍ରଲ ଏବଂ ରକ୍ତ ଶର୍କରା ନିୟନ୍ତ୍ରଣରେ ସହାୟତା ମିଳିଥାଏ ସେହିଭଳି ଯେତେବେଳେ ଆପଣ ଏହାର ପାଣି ପିଇବେ ସେତେବେଳେ ଆପଣଙ୍କୁ ଅନେକ ଲାଭ ମିଳିବ । ତେବେ ଆସନ୍ତୁ ଜାଣିବା ଏହାଦ୍ବାରା କ’ଣ ଲାଭ ମିଳିବ ?

ଯଦି ଆପଣ ଭେଣ୍ଡି ପାଣି ପିଇବେ ତେବେ ଶରୀରରେ ରକ୍ତ ଅଭାବ ଦୂର ହେବ । ପ୍ରକୃତରେ ଭେଣ୍ଡିରେ ଅଧିକ ମାତ୍ରାରେ ଆଇରନ୍ ଅଛି, ଯାହା ହିମୋଗ୍ଲୋବିନ୍ ବଢାଇଥାଏ । ହିମୋଗ୍ଲୋବିନ ବୃଦ୍ଧି ଦ୍ବାରା ରକ୍ତହୀନତାର ଅଭାବ ମଧ୍ୟ ଦୂର ହେବ ।

ଓଜନ ହ୍ରାସ କରିବାକୁ ଚେଷ୍ଟା କରୁଥିବା ବ୍ୟକ୍ତି ଭେଣ୍ଡି ଖାଇବା ଉଚିତ । ଏଥିରେ ଅଧିକ ମାତ୍ରାରେ  ଫାଇବର ରହିଛି । ଭେଣ୍ଡି ପାଣି ପିଇବା ମାତ୍ରେ ମେଟାବୋଲିଜିମ୍ ମଧ୍ୟ ଠିକ୍ ରହିବ, ଯେଉଁ କାରଣରୁ ଓଜନ ନିୟନ୍ତ୍ରଣ ହେବ ।

କୋଷ୍ଠକାଠିନ୍ୟରେ ଭେଣ୍ଡି ପାଣି ଅତ୍ୟନ୍ତ ଉପକାରୀ । ଯାହାର ପେଟ ବହୁତ ଖରାପ ରହୁଛି ସେମାନେ ନିଶ୍ଚିତ ଭାବରେ ଏହାକୁ ପିଇବା ଉଚିତ । ଏହାଦ୍ବାରା ନିଶ୍ଚୟ ଆପଣଙ୍କୁ ଲାଭ ମିଳିବ । ଏଥିରେ ଥିବା ଫାଇବର ପେଟକୁ ସଫା କରିବାରେ ସାହାଯ୍ୟ କରିଥାଏ ।

ଦୃଷ୍ଟି ଶକ୍ତି ବୃଦ୍ଧି କରିବାରେ ଭେଣ୍ଡି ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଅର୍ଥାତ ଏହାର ପାଣି ନିଶ୍ଚୟ ପିଇବା ଆବଶ୍ୟକ । ଭେଣ୍ଡିରେ ଭିଟାମିନ୍ ଏ ଏବଂ ବିଟା କାରୋଟିନ୍ ଭରପୂର ଥାଏ ଯାହା ଦୃଷ୍ଟି ଶକ୍ତି ବଢାଇବାରେ କାମ କରେ ।

ବି.ଦ୍ର.- ଏଠାରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଏବଂ ସାଧାରଣ ସୂଚନା ଉପରେ ଆଧାରିତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.