oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଡିଭୋର୍ସ ପାର୍ଟି କରିବାକୁ ଯାଇଥିଲେ ମହିଳା, ୱେଟରଙ୍କ ପ୍ରେମରେ ପଡି କଲେ ଦ୍ଵିତୀୟ ବିବାହ

30/07/2022 at 2:21 PM

ନୂଆଦିଲ୍ଲୀ ୩୦।୦୭: କଥାରେ ଅଛି ଭଗବାନ ଉପରେ ଯୋଡି ବନେଇକି ରଖିଥାନ୍ତି। କାହା ସହ ବିବାହ ହେବ ସବୁକିଛି ଭାଗ୍ୟରେ ହିଁ ଲେଖା ହୋଇସାରିଛି । ପ୍ରାୟତଃ ପ୍ରେମ କାହାଣୀ ଏସବୁ ଦେଖିବା ସହ ଶୁଣିବାକୁ ମିଳିଥାଏ । ବର୍ତ୍ତମାନ ଆମେ ଆପଣଙ୍କୁ ଏପରି ଏକ ଅଦ୍ଭୁତ ପ୍ରେମ କାହାଣୀ  ବିଷୟରେ କହିବୁ । ଯାହା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଯେଉଁଠାରେ ଜଣେ ମହିଳା ଛାଡପତ୍ର ହେବା ପରେ ରେଷ୍ଟୁରାଣ୍ଟରେ ‘ଛାଡପତ୍ର ପାର୍ଟି’ କରିବାକୁ ଯାଇଥିଲେ। ହେଲେ ସେଠାରେ ନୂଆଜୀବନ ସାଥୀ ପାଇଥିଲେ । ମହିଳା ଜଣକ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏ ବିଷୟରେ କହିଛନ୍ତି।

ଉକ୍ତ ମହିଳାଙ୍କ ନାମ ହେଉଛି ଗାବ୍ରିଏଲା ଲ୍ୟାଣ୍ଡୋଲଫି । ୨୯ବର୍ଷୀୟ ଲ୍ୟାଣ୍ଡୋଲଫି ଅଷ୍ଟ୍ରେଲିଆର ମେଲବୋର୍ଣ୍ଣରେ ରୁହନ୍ତି । ସେ ଜଣେ ହ୍ୟୁମେନେଟିଭ୍‌ ଶିକ୍ଷକ । ସେ ପୂର୍ବରୁ ଜଣଙ୍କୁ ବିବାହ କରିଥିଲେ। ହେଲେ ସେମାନଙ୍କର ସମ୍ପର୍କ ଦଶ ବର୍ଷ ଯାଏଁ ତିଷ୍ଠି ପାରିଲା । ୨୦୧୭ରେ ଅଲଗା ହୋଇଯାଇଥିଲେ। ଯାହା ପରେ ସେମାନେ ଫେବୃଆରୀ ୨୦୧୯ରେ ଛାଡପତ୍ର ନେଲେ। ଏନେଇ ସେ ଏକ ‘ଡିଭୋର୍ସ ପାର୍ଟି’ କରିଥିଲେ। ଏହି ପାର୍ଟିରେ ସେ ଟପଲେସ୍ ୱେଟରମାନଙ୍କୁ ନିମନ୍ତ୍ରଣ କରିଥିଲେ। ସେମାନଙ୍କ ମଧ୍ୟରୁ ସେ ଜଣେ ୱେଟରଙ୍କ ପ୍ରେମରେ ପଡିଥିଲେ।

ଦୁହେଁ ପ୍ରାୟ ଏକ ମାସ ପରସ୍ପରକୁ ‘ଡେଟ୍’ କରିଥିଲେ। ୨୦୧୯ ଜୁଲାଇରେ, ଜନ୍ ଗାବ୍ରିଏଲାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ଏହା ପରେ ୨୦୨୦ ଦୁହେଁ ବିବାହ କଲେ । ୨୦୨୧ ଜୁଲାଇ ମାସରେ, ସେମାନଙ୍କର ଏକ ସନ୍ତାନ ହେଲା । ଗଣମାଧ୍ୟମ ସହ ବାର୍ତ୍ତାଳାପରେ ଗାବ୍ରିଏଲା ଏହା ମଧ୍ୟ କହିଛନ୍ତି ଯେ ସେ ଭାବି ନଥିଲେ ଯେ ତାଙ୍କ ପ୍ରେମ କାହାଣୀ ଏହିପରି ଆଗକୁ ବଢିବ । ବର୍ତ୍ତମାନ ତାଙ୍କ ପ୍ରେମ କାହାଣୀ ଇଣ୍ଟରନେଟରେ ଟ୍ରେଣ୍ଡ ହେଉଛି ।

   Related Posts