LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଡନ୍ କୋ ପକଡ଼ନା, ମୁସକିଲ ହି ନହିଁ ନାମୁନକିନ୍ ହେ । ଔର ଲେଡି ଡନ୍ କୋ ?

2/06/2018 at 7:39 AM

ଚମକ ଦଉଚି ଧମକ । ଚେହେରା ଭାରି ଚିକ୍କଣ..ବୟସ ବି ବେଶୀ ନୁହଁ, ଜମା କୋଡ଼ିଏ । ହେଲେ ପତିଅ।ରା କାହିଁରୁ କ’ଣ? ଅ।ତଙ୍କରେ ଜନସାଧାରଣ, ନାକେଦମ ପୁଲିସ । ରାସ୍ତାରେ ଏତେ ଗହଳିଚହଳି ନାହିଁ, ବାଇକରେ ଅ।ସୁଛନ୍ତି ଜଣେ ଯୁବକ ଅ।ଉ ଯୁବତୀ । ଯୁବତୀ ଜଣକ ହାତରେ ଗୋଟେ ଖଣ୍ଡା ଧରିଛନ୍ତି ଅ।ଉ ଚୁଟିକୁ ସାଉଁଳେଇ ପୂରା ଫିଲ୍ମି ଷ୍ଟାଇଲରେ ଦୋକାନୀ ପାଖକୁ ଯାଉଛନ୍ତି, କ’ଣ କଥା ହେଉଛନ୍ତି । ସିସିଟିଭି କ୍ୟାମେରାରେ ରେକର୍ଡ ହେଇଥିବା ଏଇଭଳି ଗୋଟେ ଦୃଶ୍ୟ ଭାଇରାଲ ହୋଇଛି । ଏ ଯୁବତୀ ଜଣକ ହଉଛନ୍ତି ଲେଡି ଡନ୍, ଯାହାଂକ ଅ।ତଂକରେ ଥରୁଚି ସୁରଟ, ଥରୁଚି ଭରାଛା । ଏଇ ଲେଡି ଡନଙ୍କ ନାଁ ହଉଚି ଅସ୍ମିତା ଗୋହିଲ…ଡାକ ନାଁ ଭୁରି । ଭଲ କାମ କରୁଥିଲେ ସିନା ଲୋକେ ଭୁରିଙ୍କର ଭୁରି ଭୁରି ପ୍ରଶଂସା କରୁଥାନ୍ତେ, ହେଲେ ଖରାପ କାମକୁ କିଏ ଭୁରି ଭୁରି ପ୍ରଶଂସା କରିବ?
ଘଟଣା ଗତ ମେ ୨୧ ତାରିଖର । ଲେଡି ଡନ୍ ଭୁରି ତାଂକ ବଏ ଫ୍ରେଣ୍ଡଙ୍କ ସହ ଅ।ସିଥିଲେ ଗୋଟେ ପାନ ଦୋକାନକୁ । ଉଦ୍ଦେଶ୍ୟ ହେଲା ଚାନ୍ଦା…ଧମକ ଦେଇଥିଲେ ଚାନ୍ଦା ଯଦି ନ ଦବ, ତା’ହେଲେ ଜୀବନ ହରେଇବାକୁ ପଡ଼ିବ । ଦୋକାନୀ ପାଖରେ ଥିଲା ମାତ୍ର ୫ଶହ ଟଂକା, ସେଇ ୫ ଶହ ଟଂକା ନେଇ ଏମାନେ ଗଲେ । ତେବେ ଅଳ୍ପ କିଛି ସମୟ ପରେ ଲେଡି ଡନ୍ ଭୁରି ଓ ତାଂକ ବଏ ଫ୍ରେଣ୍ଡ ପୁଣି ଫେରିଲେ, ସେତେବେଳକୁ ଦୋକାନୀ ବାପୁଡ଼ା ଡରିକି ଛାନିଅ।, ଦୋକାନ ବନ୍ଦ କରିବାକୁ ଯାଉଥିଲେ । ଏମାନେ ପୁଣି ସେଇଠି ପହଂଚି ଚେତାବନୀ ଦେଲେ, ‘କାଲିକି ମୋଟା ମାଲ୍ ରଖିଥିବୁ, ନ ହେଲେ ଅବସ୍ଥା କ’ଣ ହବ ଦେଖିବୁ ।’
ସୁରଟର ଓ୍ବାରଝା ଅଂଚଳରେ ମାତିଛନ୍ତି ଏହି ଲେଡି ଡନ୍ ଅସ୍ମିତା ଓ ତାଂକର ବଏ ଫ୍ରେଣ୍ଡ । ଚୋରି ଓ ଚାନ୍ଦା ଅ।ଦାୟ ଅଭିଯୋଗରେ ଗତ ମାର୍ଚ ମାସରେ ଏମାନେ ଜେଲ ଯାଇଥିଲେ, ହେଲେ ନିକଟରେ ଜାମିନରୁ ଅ।ସିବା ପରେ ପୁଣି ଅ।ରଂଭ କରିଦେଇଥିଲେ ଗୁଣ୍ଡାଗର୍ଦି । ଏ ଦୃଶ୍ୟ ସୋସିଅ।ଲ ମିଡିଅ।ରେ ଭାଇରାଲ ହେବାପରେ ଶେଷରେ ପୁଲିସ ଏମାନଂଙ୍କୁ ଗିରଫ କରିଛି । ଗତ ମାର୍ଚ ମାସରେ ଲେଡି ଡନ୍ ଖଣ୍ଡା ଧରି ବିଚ୍ ରାସ୍ତା ଉପରେ କିଛି ଲୋକଙ୍କୁ ଧମକାଇବାର ଦେଖିବାକୁ ମିଳିଥିଲା । ସେଇ ଭରାଛା ଅଂଚଳରେ ମାଡାମ୍ ତାଂକ ବଏ ଫ୍ରେଣ୍ଡଙ୍କ ସହ କିଛି ଲୋକଂକୁ ଚାନ୍ଦା ପାଇଁ ଧମକ ଦେଇଥଲେ । ଏ ଭିଡିଓ ଭାଇରାଲ ହେବାପରେ ଲେଡି ଡନ୍ ଓ ତାଂକ ବଏ ଫ୍ରେଣ୍ଡ ଗିରଫ ହୋଇଥିଲେ । ହେଲେ ଜେଲରୁ ମୁକୁଳିବା ପରେ ପୁଣି ଅ।ରଂଭ ହେଇଗଲା ଖେଳ ।
ଅ।ଶ୍ଚର୍ଯ୍ୟର କଥା, ମାତ୍ର ୨୦ ବର୍ଷ ବୟସରେ ଜଣେ ସୁନ୍ଦରୀ ଯୁବତୀଙ୍କୁ ଅ।ଉ କିଛି ଧନ୍ଦା ମିଳିଲାନି ଯେ ଏଇ ଧନ୍ଦା କରୁଛନ୍ତି । ଅବଶ୍ୟ ଏ କଳିଯୁଗରେ ଏସବୁ କିଛି ବିଚିତ୍ର ନୁହଁ । ଅ।ପଣ ଜାଣି ଅ।ଶ୍ଚର୍ଯ୍ୟ ହେବେ, ଲେଡି ଡନଙ୍କୁ ୧୨ହଜାର ଲୋକ ପସନ୍ଦ କରୁଛନ୍ତି, ଫେସ୍ବୁକ୍ରେ ତାଂକର ୧୯ହଜାର ଫଲୋୟର୍ସ ଅଛନ୍ତି…ଅଢେଇ ହଜାର ଫ୍ରେଣ୍ଡ ଅଛନ୍ତି । ଅସ୍ମିତା ମାଡାମଙ୍କ ଫେସବୁକ ବାଓରେ ଲେଖାହେଇଚି, ‘ହମାରେ ଜିନେ କା ତରିକା ଥୋଡ଼ା ଅଲଗ୍ ହେ, ହମ୍ ଉମ୍ମିଦ୍ ପର ନହିଁ, ଅପନି ଜିଦ୍ ପର ଜିତେ ହେଁ ।’ ଓଃ, ପୂରା ଫିଲ୍ମି ଡାଇଲଗ୍ । ଅ।ମକୁ ଅ।ଶ୍ଚର୍ଯ୍ୟ ଲାଗୁଚି, ମାଡାମ୍ ଫିଲ୍ମ ଇଂଡଷ୍ଟ୍ରୀରେ କାହିଁକି ନିଜର ଭାଗ୍ୟ ପରୀକ୍ଷା କଲେନି ! ସଂଳାପ ଲେଖକ ସାଂଗକୁ ବଢିଅ। ଅଭିନେତ୍ରୀ ହେଇପାରିଥାନ୍ତେ ।
ଉପସ୍ଥାପନା: ସମରେଂଦ୍ର ବଳିଅ।ରସିଂହ

Leave a Reply

   Related Posts