ସବ୍-ଇନିସପେକ୍ଟରଙ୍କ ଦ୍ବାରା ମହିଳା କନେଷ୍ଟେବଲ୍ ଦୁଷ୍କର୍ମର ଶିକାର : କେତେ ସୁରକ୍ଷିତ ସାଧାରଣ ମହିଳା
28/09/2018 at 2:47 PM

ନୂଆଦିଲ୍ଲୀ ୨୮/୦୯: ଜଣେ ମହିଳା କନେଷ୍ଟେବଲଙ୍କୁ ସବଇନିସପେକ୍ଟର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଉତ୍ତର ପ୍ରଦେଶର କାଶଗଞ୍ଜ ଜିଲ୍ଲାରେ ଏଭଳି ଏକ ଘଟଣା ଘଟିଛି। ସବଇନିସପେକ୍ଟର ପିୟୂଷ ସିଂ ବିରୋଧରେ ଆଇପିସିର ୩୭୬ଧାରା ମାମଲା ରୁଜୁ କରଯାଇଛି। କାଶଗଞ୍ଜ ଏସପି ଅଶୋକ କୁମାର ଶୁକ୍ଳା କହିଛନ୍ତି ଯେ, ପୋଲିସ୍ ଏହି ଘଟଣାକୁ ଗୁରୁତର ସହ ନେଇଛି। ଜଣେ ମହିଳା କନେଷ୍ଟେବଲ ଯଦି ସୁରକ୍ଷିତ ନୁହେଁ ତାହେଲେ ପୋଲିସ୍ ଉପରେ ସାଧାରଣ ଜନତା କେମିତି ଭରସା କରିବେ ବୋଲି ପ୍ରଶ୍ନ ଉଠିଛି।
ସୂଚନା ଯୋଗ୍ୟ ଦୁଷ୍କର୍ମ ଅଭିଯୁକ୍ତ ସବଇନିସପେକ୍ଟର୍ ପିୟୂଷ ସିଂ ଏବଂ ପିଡ଼ୀତା କନେଷ୍ଟେବଲ୍ ଗୋଟିଏ ଥାନାରେ କାମ କରନ୍ତି। ଉଭୟେ ଅବିବାହିତ। ବିବାହର ପ୍ରଲୋଭନ ଦେଖାଇ ପିୟୂଷ ସିଂ ମହିଳା କନେଷ୍ଟେବଲଙ୍କୁ ଦୁଷ୍କର୍ମ କରିବା ସହ ମାରପିଟ କରୁଥିବା ପିଡ଼ୀତା ଅଭିଯୋଗ କରିଛନ୍ତି। ଅଭିଯୋଗ ପରଠାରୁ ଅଭିଯୁକ୍ତ ଇନିସ୍ପେକ୍ଟର ଫେରାର ଥିବାରୁ ତାଙ୍କୁ ଗିରଫ କରାଯାଇପାରିନାହିଁ।