ଲେଡି ବ୍ଲାକ୍‌ମେଲର୍‌ ଅର୍ଚ୍ଚନା ନାଗଙ୍କ ଜାମିନ ଆବେଦନ ମାମଲା, ଆସନ୍ତାକାଲିକୁ ଘୁଞ୍ଚିଲା ଶୁଣାଣି

Published By : Prameya-News7 Bureau | October 11, 2022 IST

ଭୁବନେଶ୍ୱର, ୧୧।୧୦ : ବହୁ ଚର୍ଚ୍ଚିତ ରାଜଧାନୀ ଲେଡି ବ୍ଲାକ୍‌ମେଲର୍‌ ଘଟଣାର ଅଭିଯୁକ୍ତ ଅର୍ଚ୍ଚନା ନାଗଙ୍କ ଜାମିନ ଆବେଦନ ମାମଲା ଆସନ୍ତାକାଲିକୁ ଘୁଞ୍ଚିଛି । ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ଆଜି ଭିସି ମାଧ୍ୟମରେ ଶୁଣାଣୀ କରାଯାଇଥିଲା । ଝାରପଡା ଜେଲରୁ ଭିସିରେ ହାଜର ହୋଇଥିଲେ ଅର୍ଚ୍ଚନା । ସବ୍ୟସାଚୀ ସୁତାର ଓ ଦେବାଶିଷ ମହାପାତ୍ର ନିଜ ଓକିଲ ବୋଲି କୋର୍ଟଙ୍କୁ ଜଣାଇଥିଲେ ଅର୍ଚ୍ଚନା । ତେବେ ତାଙ୍କୁ ରିମାଣ୍ଡରେ ପୋଲିସ୍‌ ନେଇପାରେ ବୋଲି ସୂଚନା ମିଳିଥିଲା । ହେଲେ କୋର୍ଟ ଜାମିନ୍‌ ଆବେଦନର ଶୁଣାଣି ଆସନ୍ତାକାଲିକୁ ଘୁଞ୍ଚାଇ ଦେଇଛନ୍ତି ।

ତେବେ ଏହି ମାମଲାରେ ଅର୍ଚ୍ଚନାଙ୍କ ଓକିଲ ପ୍ରତିକ୍ରିୟା ରଖିଛନ୍ତି । ଆସନ୍ତାକାଲି ଅର୍ଚ୍ଚନାଙ୍କ ଜାମିନ ଶୁଣାଣି ହୋଇପାରେ ବୋଲି ସେ କହିଛନ୍ତି । ଆଜି କୋର୍ଟରେ ଭିଡିଓ କନଫରେନ୍ସସିଂ ଜରିଆରେ ହାଜର ହୋଇଥିଲେ ଅର୍ଚ୍ଚନା । ସେ ନିର୍ଦ୍ଦୋଷ ବୋଲି ଆମ ପାଖରେ ପ୍ରମାଣ ଅଛି । ତଳ କୋର୍ଟରେ ଜାମିନ ନ ମିଳିଲେ ସେସନ କୋର୍ଟରେ ଆମେ ଆବେଦନ କରିବୁ ବୋଲି କହିଛନ୍ତି ଅର୍ଚ୍ଚନାଙ୍କ ଓକିଲ ଦେବାଶିଷ ମହାପାତ୍ର ଏନେଇ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.