ଜଟଣୀ AE ନିବେଦିତା ମହାନ୍ତି ଗିରଫ, ୫୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ

Published By : Prameya-News7 Bureau | July 31, 2024 IST

ଭୁବନେଶ୍ବର ୩୧: ଜଟଣୀ AE ନିବେଦିତା ମହାନ୍ତି ଗିରଫ । ନିବେଦିତାଙ୍କୁ ଗିରଫ କଲା ଭିଜିଲାନ୍ସ । ୫୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଥିଲେ ନିବେଦିତା । ଖଣ୍ଡଗିରି ସ୍ଥିତ ଘର, ଅଫିସରେ ରେଡ୍‌ କରିଥିଲା ଭିଜିଲାନ୍ସ ଟିମ୍ ।

ପୁରୁଣା ବିଲ୍ ପାସ ପାଇଁ ଖଣ୍ଡଗିରି ଠାରେ ଥିବା ନିଜ ଘରେ ୫୦ ହଜାର ଟଙ୍କା ପିସି ନେଉଥିବା ବେଳେ ମାଡି ବସିଥିଲା ଭିଜିଲାନ୍ସ । ଏବେ ବିଚରା ଆସିଷ୍ଟାଣ୍ଡ ଇଞ୍ଜିନିୟର ଦେଶୀ ପୋହଳା ଜାଗାରେ ଜେଲର ଭାତ ଡାଲମା ଖାଇବାକୁ ବାଧ୍ୟ ହେବେ । କାରଣ ଆସିଷ୍ଟାଣ୍ଡ ଆସିଷ୍ଟାଣ୍ଡ ଇଞ୍ଜିନିୟର ନିବେଦିତା ମହାନ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ । ଶ୍ରାବଣ ମାସରେ ମଧ୍ୟ ଆମିଷ ଖାଇବାକୁ ପଛଘୁଞ୍ଚା ଦେଉନଥିଲେ ଏଇ । ଯାହାର ଖୁଲାସା କରିଛନ୍ତି ତାଙ୍କ ଅଧିନରେ କାର୍ଯ୍ୟ କରୁଥିବା ଅନେକ ଠିକାଦାର । 

ଜଟଣୀ ବ୍ଲକରେ ଯେତେବେଳେ ନୁଆ କରି ଚେୟାରମ୍ୟାନ ଓ ଭାଇସ ଚେୟାରମ୍ୟାନ  ନିର୍ବାଚିତ ହୋଇ  ଆସିଲେ। ସେତେବେଳେ ଜଟଣି ବ୍ଲକରେ ପିସି କାରବାରକୁ ପ୍ରସୟ ଦିଆଯିବନାହିଁ ବୋଲି ଘୋଷଣା କରିଥିଲେ । ଏହାକୁ ନେଇ ସେତେବେଳେ ବିଡିଓଙ୍କ ସହିତ ପିସି କାରବାର ଉପରେ ଉଚ୍ଚବାଚ୍ଚ ହୋଇଥିଲା । ହେଲେ ଜଟଣୀ ବ୍ଲକରେ ଛୁଞ୍ଚିଟିଏ କିଣାହେଲେ ମଧ୍ୟ ଠିକାଦାରଙ୍କୁ ପିସି ମଗାଗଲା । ଏବେ ପିସି ନେବା ଅଭିଯୋଗରେ ଏଇ ଭିଜିଲାନ୍ସ ଜାଲରେ ପଡିଥିବା ଏସପି ସୂଚନା ଦେଇଛନ୍ତି ।

ଏଇ ସିନା ଧରା ପଡିଲେ ହେଲେ ଜଟଣୀ ବ୍ଲକରେ ଠିକାଦାରଙ୍କ ଠାରୁ ଆଦାୟ ହେଉଥିବା ୨୦ ପରସେଣ୍ଟ ପିସି ଆଉ କାହା କାହା ପାଖକୁ ଯାଉଥିଲା । ଅନ୍ୟମାନେ ଯେଉଁମାନେ ଏହି ପିସି ନେଉଥିଲେ, ସେମାନଙ୍କ ଉପରେ ଚଢାଉ କରିବ କି ଭିଜିଲାନ୍ସ ।

You Can Read:

ସ୍ତ୍ରୀକୁ ମାଡ଼ ମାରିଲେ, ପୋଲିସ ଭୟରେ ବିଷ ପିଇଲେ ସ୍ବାମୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.