ଆନ୍ଦୋଳନକାରୀ ଚାଷୀଙ୍କ ପାଇଁ ଶୁଦ୍ଧ ଗୁଆ ଘିଅରେ ପ୍ରସ୍ତୁତ ହେଉଛି ଲଡୁ, ଜିଲାପି

Published By : Prameya-News7 Bureau | December 17, 2020 IST

ନୂଆଦିଲ୍ଲୀ ୧୭/୧୨ : ଫତେହାବାଦରୁ ୯ ନମ୍ବର ଜାତୀୟ ରାଜପଥରେ ଗ୍ରାମବାସୀ ଆନ୍ଦୋଳନକାରୀ ଚାଷୀଙ୍କ ପାଇଁ ଶୁଦ୍ଧ ଗୁଆ ଘିଅରେ ଲଡୁ, ଵୁନ୍ଦି, ଜିଲାପି, ସେଓ ଭୂଜିଆ ଓ ଅନ୍ୟାନ୍ୟ ଡ୍ରାଏଫ୍ରୁଟ ପ୍ରସ୍ତୁତ କରାଯାଉଛି। ଚାଷୀଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଶୁଦ୍ଧ ଘିଅରେ ସେମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରାଯାଉଛି। ଆକାବାଲି ଗ୍ରାମବାସୀ କହିଛନ୍ତି ଯେ କୃଷକ ଆନ୍ଦୋଳନକୁ ନେଇ ପୁରା ଅଞ୍ଚଳ ଜୋସ ଦେଖିବାକୁ ମିଳିଛି। ଯେପର୍ଯ୍ୟନ୍ତ ସରକାର କୃଷି ଆଇନ ପ୍ରତ୍ୟାହାର ନ କରନ୍ତି ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି। 

{"id":378452,"sizeSlug":"large","linkDestination":"none"}

ଗ୍ରାମବାସୀ କହିଛନ୍ତି ଯେ ହରିୟାଣା ପଞ୍ଜାବର ଛୋଟ ଭାଇ। ସେଥିପାଇଁ ପଞ୍ଜାବର କୃଷକଙ୍କୁ କୌଣସି ପ୍ରକାର ଅସୁବିଧା ବା ସମସ୍ୟା ସମ୍ମୁଖୀନ ହେବାକୁ ପଡ଼ିବନି ବୋଲି ଗ୍ରାମବାସୀ କହିଛନ୍ତି। ଜଣେ ଗ୍ରାମବାସୀ କହିଛନ୍ତି, ଆନ୍ଦୋଳନ ୨ ବର୍ଷ ଯାଏଁ ବି ଚାଲି କିନ୍ତୁ ଚାଷୀ ନିଜ ହକ ପାଇଁ ଲଢ଼ିବେ। ସେମାନେ ରୋଟେସନରେ ଚାଷୀଙ୍କ ପାଖକୁ ରାସନ ଯୋଗାଇବେ ବୋଲି କହିଛନ୍ତି। ଚାଷୀଙ୍କ ସେବା ପାଇଁ ଡ୍ୟୁଟି କରି ଗ୍ରାମବାସୀ ଖାଦ୍ୟପେୟ ଦିଲ୍ଲୀ ସୀମାକୁ ପଠାଯାଉଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.