ଲକଡାଉନ ବେଳେ ବିଜେପିକୁ ବଡ ଝଟ୍‌କା : ସଂଗଠନ ମୁଖ୍ୟ ପଦ ସହ ଦଳ ଛାଡିଲେ ଲଦାଖ ନେତା ଛେରିଙ୍ଗ୍ ଦୋରଜେ୍

Published By : Prameya-News7 Bureau | May 04, 2020 IST

ଲାଦଖ ୦୪/୦୫ : କରୋନା ସଙ୍କଟ ମଧ୍ୟରେ ବିଜେପି ଏକ ବଡ ଝଟକା ଲାଗିଛି | ରବିବାର ଦିନ ଲାଦଖର ନବ ନିଯୁକ୍ତ ୟୁଟି ଅଧ୍ୟକ୍ଷ ଏବଂ ପୂର୍ବତ୍ତନ ମନ୍ତ୍ରୀ ଛେରିଙ୍ଗ ଦୋରଜେ ନିଜର ରାଜନୈତିକ ପଦବୀ ସହ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି | ଲକଡାଉନ ଯୋଗୁଁ ଦେଶର ବିଭିନ୍ନ ସ୍ଥାନରେ ଫସିରହିଥିବା ଲାଦଖର ବାସିନ୍ଦା, ଛାତ୍ରଛାତ୍ରୀ, ରୋଗୀ ତଥା ତୀର୍ଥଯାତ୍ରୀଙ୍କୁ ଉଦ୍ଧାର କରିବାରେ ଅସଫଳ ହେବାରୁ ଛେରିଙ୍ଗ ଦୋରଜେ ଇସ୍ତଫା ଦେଇଛନ୍ତି ବୋଲି ଶୁଣିବାକୁ ମିଳୁଛି |

ଛେରିଙ୍ଗ ଦୋରଜେ ମାମଲା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ସେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କୁ ନିଜର ଇସ୍ତଫା ପତ୍ର ଦେଇଛନ୍ତି | ସେ କହିଛନ୍ତି, ଲକଡାଉନ ଯୋଗୁଁ ଦେଶର ବିଭିନ୍ନ ପ୍ରାନ୍ତରେ ଫସି ରହିଥିବା ଲାଦଖବାସିଙ୍କୁ ଉଦ୍ଧାର କରିବାରେ ୟୁଟି ଅସମର୍ଥ ହୋଇଛି | ଲୋକଙ୍କ ଦୟନୀୟ ପରିସ୍ଥିତିକୁ ନେଇ ୟୁଟି ପ୍ରଶାସନ ସମ୍ପୂର୍ଣ୍ଣ ଅସମ୍ବେଦନଶୀଳ | ଏଥିପାଇଁ ନିଜକୁ ଦାୟୀ କରି ସେ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି |

ସୂଚନା ଅନୁଯାୟୀ, ଜାମ୍ମୁ କାଶ୍ମୀର ପୁନର୍ଗଠନ ପରେ ସ୍ୱତନ୍ତ୍ର କେନ୍ଦ୍ର ଶାସିତ ମାନ୍ୟତା ପାଇଥିବା ଲଦାଖରେ ମାର୍ଚ୍ଚ ମାସରେ ପ୍ରଥମେ ଛେରିଙ୍ଗ ଦୋରଜେ ପଦବୀ ସମ୍ଭାଳିଥିଲେ | ବିଜେପିର ବରିଷ୍ଠ ନେତା ତଥା ପୂର୍ବତ୍ତନ ମନ୍ତ୍ରୀ ଛେରିଙ୍ଗ ଦୋରଜେଙ୍କୁ ବିଜେପି ପ୍ରଥମ ମୁଖ୍ୟ ମନୋନୀତ କରିବା ପାଇଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ନିଷ୍ପତ୍ତି ନେଇଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.