scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆନନ୍ଦପୁର ପୌର କାର୍ଯ୍ୟାଳୟରେ କର୍ମଚାରୀ ମରୁଡ଼ି; ଧାରଣାରେ ବସିଲେ କାଉନସିଲର

26/10/2022 at 7:22 PM

ଆନନ୍ଦପୁର ୨୬/୧୦: ଆନନ୍ଦପୁର ପୌରପାଳିକା ପ୍ରତି ପ୍ରଶାସନର ବୈମାତୃକ ମନୋଭାବ ଅଭିଯୋଗ। ସେଥିପାଇଁ ବୁଧବାର କାଉନସିଲରମାନେ କାର୍ଯ୍ୟାଳୟରେ ଚାବି ପକାଇ ଧାରଣାରେ ବସିଥିବା ଦେଖିବାକୁ ମିଳିଛି। କର୍ମଚାରୀ ଅଭାବ ହେତୁ ଆନନ୍ଦପୁର ପୌରପାଳିକାରେ ଏବେ ଅଚଳାବସ୍ଥା ଲାଗିରହିଛି। କନିଷ୍ଠ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, କିରାଣୀ ଭଳି ଅନେକ ପଦବି ପୌରପାଳିକା କାର୍ଯ୍ୟାଳୟରେ ଏବେ ଖାଲି ରହିଛି।

ଫଳରେ ଉନ୍ନତିମୂଳକ କାମରେ ବାଧା ସୃଷ୍ଟି ହେଉଛି। ଏନେଇ ଚଳିତମାସ ୧୨ ତାରିଖରେ ସମସ୍ତ କାଉନସିଲର ଧାରଣାରେ ବସିଥିଲେ। ୭ଦିନ ମଧ୍ଯରେ ସମସ୍ଯା ସମାଧାନ ହେବ ଉପଜିଲ୍ଲାପାଳଙ୍କ ପ୍ରତିଶୃତି ପରେ ସେମାନେ ଧାରଣାରୁ ହଟିଥିଲେ। କିନ୍ତୁ ପ୍ରତିଶୃତି ପୁରଣ ହେବା ବଦଳରେ ପୁଣି କମ୍ଯୁନିଟି ଅରଗାନାଇଜରଙ୍କୁ ବଦଳି ଆଦେଶ ଆସିଛି। ଏହା ଜାଣି କାଉନସିଲମାନେ ମିଳିତ ଭାବେ କାର୍ଯ୍ୟାଳୟରେ ଚାବି ପକାଇଥିବା କହିଛନ୍ତି। ତେବେ ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।   

   Related Posts