ମେଡ଼ିକାଲ୍ରେ ଶଯ୍ୟାର ଅଭାବ; ବାରଣ୍ଡାରେ ଚାଲିଛି କ୍ରୀଡ଼ାବିତ୍ ଆନନ୍ଦିନୀ ଦର୍ଜୀଙ୍କ ଚିକିତ୍ସା
28/02/2023 at 7:41 PM

ବଲାଙ୍ଗୀର ୨୮/୦୨: ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବରିଷ୍ଠ କ୍ରୀଡାବିତ୍ ଆନନ୍ଦିନୀ ଦର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଯାଇଛି। ଫଳରେ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହସ୍ପିଟାଲରେ ବେଡ୍ ଅଭାବରୁ ତାଙ୍କୁ ମେଡ଼ିକାଲ ବାରଣ୍ଡା ଚଟାଣରେ ରଖି ଚିକିତ୍ସା କରାଯାଉଛି। ଆନ୍ତର୍ଜାତିକ ସ୍ତରରେ ପ୍ରତିନିଧିତ୍ୱ କରି ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଥିବା ଦର୍ଜୀଙ୍କୁ ହସ୍ପିଟାଲରେ ଶଯ୍ୟା ନମିଳିବାରୁ କ୍ରୀଡାପ୍ରେମୀଙ୍କ ମହଲରେ ଗଭୀର ଅସନ୍ତୋଷ ଦେଖାଦେଇଛି।