ଶୀତ ଋତୁରେ ଉଷ୍ମ ରହିବ ପୂର୍ବ ଲଦ୍ଦାଖର LAC, ଚଳିତବର୍ଷ ମଧ୍ୟ ମୁତୟନ ରହିବେ ସେନା

Published By : Prameya-News7 Bureau | October 11, 2022 IST

ନୂଆଦିଲ୍ଲୀ ୧୧।୧୦: ପୂର୍ବ ଲଦ୍ଦାଖର ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ରେ ଭାରତ ଓ ଚୀନ୍‌ ପକ୍ଷରୁ ସୈନ୍ୟ ପଛକୁ ହଟାଇବା ଲାଗି ବୁଝାମଣା ହୋଇଛି। ସେହି ଅନୁସାରେ ଉଭୟ ପକ୍ଷର ସୈନ୍ୟ ପଛକୁ ମଧ୍ୟ ହଟିଛନ୍ତି। ତେବେ ପୂର୍ବ ପରି ଆଉ ଶୀତ ଋତୁରେ ଏଲଏସିରୁ ଦୁଇ ଦେଶଙ୍କ ଜବାନ ଫେରିବେନି ବୋଲି ଜଣାପଡିଛି। ଏଣୁ ଆଗକୁ ଶୀତ ଋତୁ ନିମନ୍ତେ ଉଭୟ ପକ୍ଷ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।

ଏଲଏସିରେ ଏବେବି ଭାରତ  ଓ ଚୀନ୍ ପକ୍ଷରୁ ୫୦-୫୦ ହଜାର ସୈନିକ ମୁତୟନ ହୋଇଛନ୍ତି। ଶୀତ ଋତୁ ଲାଗି ଭାରତର ପ୍ରସ୍ତୁତି ଏବେ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ସୀମା ସେପାଖରେ ଚୀନ୍‌ର ଏବେ ପ୍ରସ୍ତୁତି ଆରମ୍ଭ ହୋଇଛି। ଗୁଇନ୍ଦା ସୂଚନା ଅନୁସାରେ ସେପ୍ଟେମ୍ବର ମୁକାବିଲାରେ ଏବେ ଚୀନ ପଟେ ଟେଣ୍ଟ, ସେଡସ୍ ଓ ମିଲେଟ୍ରି ଭେଇକଲ ସଂଖ୍ୟାରେ ବୃଦ୍ଧି ଦେଖାଯାଇଛି। ସେମାନେ ଏକ ହେଲିପ୍ୟାଡ ମଧ୍ୟ ତିଆରିଛନ୍ତି।

{"id":694627,"width":839,"height":558,"sizeSlug":"full","linkDestination":"none"}

ଏଲଏସିରେ ଭାରତ ଓ ଚୀନ ସେନା ପଛକୁ ହଟିବାର ଅର୍ଥ ନୁହେଁ ଶୀତ ଋତୁରେ ସବୁ ସ୍ୱଭାବିକ ରହିବ। ଏଣୁ ଗତ ୨ ବର୍ଷ ଭଳି ଚଳିତବର୍ଷ ମଧ୍ୟ ଏଲଏସି ଉଷ୍ମ ରହିବ ବୋଲି ସ୍ପଷ୍ଟ ହୋଇଯାଇଛି। ଏବେ ଦୁଇ ଦେଶଙ୍କ ସେନା ମୁହାଁ ମୁହିଁ ଅବସ୍ଥାରେ ନାହାନ୍ତି ସତ ହେଲେ ବି ନିଜନିଜ ସୀମା ସୁରକ୍ଷା କରିବେ ବୋଲି ଜନୈକ ଅଧିକାରୀ କହିଛନ୍ତି। ତେବେ ଶୀତ ଋତୁ ଲାଗି ଭାରତ ସମ୍ପୂର୍ଣ୍ଣ ପ୍ରସ୍ତୁତି କରି ନେଇଛି। ଏଥିରେ ଏଲଏସି ନିକଟରେ ୩୫ ହଜାର ସୈନିକଙ୍କ ରହଣୀ ଲାଗି ସ୍ଥାୟୀ ବାସଗୃହ ନିର୍ମିତ ହୋଇଯାଇଥିବା ବେଳେ ଏଥିରେ ସବୁ ଆବଶ୍ୟକତା ମଧ୍ୟ ରହିଛି।

ଏହା ଛଡା ୱିଣ୍ଟର ଷ୍ଟକିଂ କାମ ମଧ୍ୟ ପାଖାପାଖି ଶେଷ ହୋଇ ଆସିଲାଣି। ୧.୫ ଲକ୍ଷ ସୈନିକଙ୍କ ଲାଗି ୨୨୦ ଦିନ ନିମନ୍ତେ ସମସ୍ତ ଜରୁରି ସାମଗ୍ରୀ ଷ୍ଟକ ହୋଇସାରିଲାଣି। ଗୁଇନ୍ଦା ସୂତ୍ର ଅନୁସାରେ ସୀମାସେପାଖରେ ଚୀନ ମଧ୍ୟ ସୈନିକଙ୍କ ପାଇଁ ନୂଆ ଟେଣ୍ଟ କରିଛି। ପୂର୍ବ ଲଦ୍ଦାଖର ଅପରପାର୍ଶ୍ୱ ମଞ୍ଜାରେ ଚୀନ୍‌ ସେନା କ୍ୟାମ୍ପରୁ ପାଖାପଖି ୧୦ କିଲୋମିଟର ଦୂରରେ ୪୮ ନୂଆ ଟେଣ୍ଟ ଦେଖାଯାଇଛି। ସେପ୍ଟେମ୍ବର ପ୍ରଥମ ସପ୍ତାହ ପରେ ଶିକ୍ୱାହ୍ନେରେ ମଧ୍ୟ ନୂଆ ଟେଣ୍ଟ ଲାଗିଥିବା ଦେଖାଯାଇଛି। ଏହି ଅଞ୍ଚଳରେ ପ୍ରାୟ ୧ହଜାର ୬୦୦ଟି ତମ୍ବୁ ଲାଗିଥିବା ଦେଖା ଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.