ସରୁନି ଶ୍ରମିକଙ୍କ ଯନ୍ତ୍ରଣା ; ବାଦ ପଡୁନାହାନ୍ତି ଶିଶୁ ଶ୍ରମିକ
1/05/2018 at 10:18 AM

ନବରଙ୍ଗପୁର ଜିଲ୍ଲାରୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ଶ୍ରମିକ ମାନଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏଥିସହ ଜିଲ୍ଲାରେ ଶିଶୁ ଶ୍ରମିକ ମାନେ ବିପଦ ସଙ୍କୁଳ କାର୍ଯ୍ୟରେ ନିୟୋଜିତ ଥିବାବେଳେ ଦୋକାନ,ବଜାର,ହୋଟେଲ ଓ ଭିକ୍ଷା ବୃତି ଭଳି ଘୃଣ୍ୟ କାର୍ଯ୍ୟରେ ଲିପ୍ତ ଅଛନ୍ତି । ଅନେକ ଥର ଦାଦନ ଶ୍ରମିକଙ୍କ କରୁଣ କାହାଣୀ ଜିଲ୍ଲାରେ ଦେଖିବାକୁ ମିଳିଛି । ବାହାର ରାଜ୍ୟ ମାନଙ୍କୁ ଦାଦନ ଖଟିବାକୁ ଯାଇ ଶ୍ରମିକ ମାନେ ନିଜର ହୋକ ପାଉଣା ନପାଇ ଘରକୁ ଫେରିଆସିଛନ୍ତି ତ କିଛି ଶ୍ରମିକଙ୍କ ମୃତ ଶରୀର ଘରକୁ ଫେରିଛି ଆଉ କେଉଁ ଶ୍ରମିକର ଶବ ମଧ୍ୟ ଫେରିପାରୁନାହିଂ ଓ କିଛି ଶ୍ରମିକ କୁନି କୁନି ଛୁଆ ଙ୍କୁ ଛାଡି ଦାଦନ ଖଟିବାକୁ ଯାଇ ବାହାର ରାଜ୍ୟରେ ବନ୍ଧା ପଡି ଘରକୁ ଆସିପାରୁନାହାନ୍ତି ଏପଟେ ବର୍ଷ ବର୍ଷ ଧରି ବାପା,ମାଙ୍କୁ ଦେଖିନପ।ରି ପିଲାମାନେ ଗୁମୁରି ଗୁମୁରି କାନ୍ଦୁଛନ୍ତି ।
ନବରଙ୍ଗପୁର ଜିଲ୍ଲାରେ mgnrgs ଯୋଜନା ଠିକ ରୂପରେ କାର୍ଯ୍ୟକାରୀ ହେଉନଥିବାରୁ ଏହିଭଳି ପରିସ୍ଥିତି ସୃଷ୍ଠୀ ହୋଇଛି ,ଗରିବ ଖଟିଖିଆ ଆଦିବାସୀ ନିଜ ପରିବାରର ଭୋରଣ ପୋଷଣ ପାଇଁ ଜିଲ୍ଲାରେ କ।ମ ଧନ୍ଦା ନପାଇ ବାଧ୍ୟ ହୋଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛି ।