Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଶକ୍ତିଶାଳୀ ହେବ ନୌସେନା: ୧୧ ପାଟ୍ରୋଲିଂ ଭାସେଲ ଓ ୬ ମିସାଇଲ୍ ଭାସେଲ କିଣିବାକୁ ୧୯ ହଜାର କୋଟିର ଡିଲ୍‌
  • ||
  • ବୁଲେଟ ଟ୍ରେନ୍ ପ୍ରକଳ୍ପ ପାଇଁ ଭାରତକୁ ୧୮,୭୫୦ କୋଟି ଓଡିଏ ଋଣ ଦେଲା ଜାପାନୀ ସଂସ୍ଥା
  • ||
  • ପ୍ରତିରକ୍ଷା ମନ୍ତ୍ରାଳୟ ଓ ଭାରତ ଇଲେକ୍ଟ୍ରୋନିକ୍ ଲିମିଟେଡ୍ ମଧ୍ୟରେ ୫,୪୯୮ କୋଟିର ଚୁକ୍ତି ସ୍ୱାକ୍ଷରିତ; EW କିଣିବ ଭାରତୀୟ ସଶସ୍ତ୍ର ବଳ
  • ||
  • କଟକ : କଟକ ଷ୍ଟେସନରୁ ଭଦ୍ରକ-ନୟାଗଡ ମେମୁ ଟ୍ରେନ୍‌ର ଶୁଭାରମ୍ଭ କଲେ ଦୁଇ କେନ୍ଦ୍ରମନ୍ତ୍ରୀ
  • ||
  • ନୂଆପଡା : ଟ୍ରାପ୍ କ୍ୟାମେରାରେ କଏଦ ହେଲା କଲରାପତରିଆ ବାଘ
  • ||
  • ଖଲ୍ଲିକୋଟ : ଋଷିକୁଲ୍ୟା ମୁହାଁଣରେ ବିରଳ ପ୍ରଜାତିର ସାମୁଦ୍ରିକ କଇଁଛ, ଏହାର ଓଜନ ୧୪୦ କିଲୋ
  • ||
  • ନାରାୟଣପାଟଣା : ମିଳିଲା ଗର୍ଭବତୀ ମହିଳାଙ୍କ ଝୁଲନ୍ତା ମୃତଦେହ, ଜ୍ବାଇଁ ବିରୋଧରେ ହତ୍ୟା ଅଭିଯୋଗ
  • ||
  • କାଠୁଆ : ଜାମ୍ମୁକାଶ୍ମୀର କଠୁଆରେ ଭୟଙ୍କର ବିସ୍ଫୋରଣ, ପୂରା ଅଞ୍ଚଳରେ ହାଇଆଲର୍ଟ
  • ||
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||

ଦାଦନ ଖଟିବାକୁ ଯାଇ ଗାଁକୁ ଫେରିଲା ମୃତଦେହ ; ୧୦ଲକ୍ଷ କ୍ଷତିପୂରଣ ଦାବି : Bigstory Followup

10/05/2018 at 8:32 AM

ଦାଦନ ଖଟିବାକୁ ଗଲେ ,ଆଉ ଫେରିଲେନି । ଦାଦନରେ ଦୁଇ ଭାଇଙ୍କ ସହ ୩ ଜଣଙ୍କ ମୃତ୍ୟୁ ଅଭିଯୋଗ ହୋଇଛି । ଚାନ୍ଦବାଲି ଥାନା ଅନ୍ତର୍ଗତ ବାଘନଟାଗାଁର ସହଦେବ ମହାଳିକଙ୍କ ଦୁଇ ପୁଅ ବିକାଶମହାଳିକ ଓ ପ୍ରକାଶମହାଳିକ କାମ କରିବାକୁ ଆନ୍ଧ୍ରପ୍ରଦେଶ ସିକନ୍ଦରାବାଦ ଯାଇଥିଲେ । ସେଠାରେ ସେମାନେ ଘରୋଇ କମ୍ପାନୀ ପ୍ଳେମିଂ ନାଇନରେ କାମ କରୁଥିଲେ । କମ୍ପାନୀ ମାଟିତଳେ ପାଇପ୍ ବିଛେଇବା କାମ କରୁଥିଲେ । ତେବେ ମାଟି ଅତଡା ଖସି ଦୁଇଭାଇଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସେଠାରେ ଯାଜପୁର ମୁକୁନ୍ଦପୁର ଅଞ୍ଚଳର ମାନସ ସାହୁଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । କମ୍ପାନୀ କର୍ତ୍ତୁପକ୍ଷ ଏକ ଗାଡିରେ ତିନି ମୃତକଙ୍କ ମୃତଦେହ ଆଣି ପ୍ରଥମେ ବାଘନଟାଗଁ।ରେ ପହଞ୍ଚାଇଛନ୍ତି । ତେବେ ଗ୍ରାମବାସୀ ଗାଡ଼ିକୁ ଅଟକ ରଖିବା ସହ ପ୍ରତି ମୃତକଙ୍କ ଲାଗି ସେମାନଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଁଏ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି । ଏପରିକି ମୃତଦେହକୁ ଗାଡିରୁ ଓହ୍ଲାଇ ନଦେଇ , ପ୍ରଥମେ କ୍ଷତିପୂରଣ ଦାବି କରିଛନ୍ତି । ମୃତକଙ୍କ ପରିବାର ଏବଂ ସ୍ଥାନୀୟ ସରପଞ୍ଚ ଓ କିଛି ରାଜନେତା ସେମାନଙ୍କ ସହ ସାମିଲ ହୋଇ କ୍ଷତିପୂରଣ ଲାଗି ଅଡି ବସିଛନ୍ତି । ମୃତକ ମାନଙ୍କ ବୟସ ୧୮ରୁ ୨୦ ବର୍ଷ ହୋଇଥିବା ବେଳେ ପରିବାର ପୋଷଣ ଲାଗି ଦାଦନଯାଇଥିଲେ । ଅଥଚ ଫେରିଛି ସେମାନଙ୍କର ମୃତଦେହ । ଏନେଇ ସ୍ଥାନୀୟ ଅଞ୍ଚଳରେ ଶୋକ ଓ କ୍ଷୋଭ ଜନୀତ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି ।

Leave a Reply

   Related Posts