ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ଧାରଣାରେ ବସିଛନ୍ତି ଛଟେଇ କର୍ମଚାରୀ; ସମସ୍ୟା ସମାଧାନ କରିବାକୁ ଦିନ ଗଡ଼ାଉଛନ୍ତି ଶ୍ରମ ଅଧିକାରିଣୀ

28/09/2022 at 6:35 PM

ପାରାଦୀପ ୨୮/୦୯: କେନ୍ଦ୍ରୀୟ ଶ୍ରମ ଅଧିକାରୀଙ୍କ କାର୍ଯ୍ୟକାଳ ଆଗରେ ଛଟେଇ ଶ୍ରମିକମାନଙ୍କ ଧାରଣାରେ ଦେଇଛନ୍ତି।  ପାରାଦୀପ ତୈଳ ବିଶୋଧନାଗାରରେ ଏଲ୍ଆଣ୍ଡଟି କମ୍ପାନୀର ଠିକା ଶ୍ରମିକମାନେ କାର୍ଯ୍ୟ କରୁଥିବା ବେଳେ ଗତ ଅଗଷ୍ଟ ୨୦ରୁ ଶ୍ରମିକ ମାନଙ୍କୁ ଛଟେଇ କରାଯାଇଛି। ଏବେ ସୁଦ୍ଧା କିଛି ଶ୍ରମିକମାନଙ୍କ ଦରମା ମିଳି ନଥିବା ବେଳେ ବିନା ନୋଟିସରେ ସେମାନଙ୍କୁ ଛଟେଇ କରିବା  ଛଟେଇ ପରେବି ପୁରା ଦରମା ମିଳିନଥିବା ଇତ୍ୟାଦି ଶ୍ରମିକମାନେ ଅଭିଯୋଗ କରିଛନ୍ତି।

ଫଳରେ ଶ୍ରମିକମାନେ ଧାରଣାରେ ବସିଛନ୍ତି। ଅନ୍ୟପଟେ ଦିନ ସାରା ଶ୍ରମିକମାନେ ଧାରଣା  ଦେବା ସତ୍ତ୍ୱେବି ଶ୍ରମ ଅଧିକାରିଣୀ କିଛି ବୁଝୁ ନାହାନ୍ତି ଓଲଟି ସମାଧାନ କରିବାକୁ ଦିନ ପରେ ଦିନ ଗଡ଼ାଉଥିବା ଅଭିଯୋଗ ହୋଇଛି। ଶ୍ରମିକମାନେ ଛଟେଇ ହୋଇ କାମ ନପାଇ ଘରେ ଅଭାବ ଅନଟନରେ ଥିବାବେଳେ ତୁରନ୍ତ ସେମାନଙ୍କ ଦାବି ଶୁଣି ସାମସ୍ୟାକୁ ସମାଧାନ କରିବାକୁ ସେମାନେ ଦାବି କରିଛନ୍ତି। ଅନ୍ୟପଟେ ଶ୍ରମ ଅଧିକାରିଣୀ ରସ୍ମିତା ସାହୁ ପାଇଁ ଆମର ନିୟମାବଳୀ ରହିଛି ଦିଆଯାଇଥିବା ଆଗାମି ତାରିଖରେ ଶ୍ରମିକମାନଙ୍କ କଥା ଆଲୋଚନା କରାଯିବ ବୋଲି କହିଛନ୍ତି।

   Related Posts