scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ତାତିଲେ ଶ୍ରମିକ, ୮ ଦଫା ଦାବି ନେଇ ଗେଟ୍‌ ଆଗରେ ଆମରଣ ଅନଶନ

13/02/2024 at 9:53 AM

ଜଗତସିଂହପୁର ୧୩।୦୨ : ତାତିଲେ ଶ୍ରମିକ । ଧାରଣାସ୍ଥଳରୁ ଯାଇ ସିଧା ଗେଟ ଆଗରେ ବସିଲେ ଶ୍ରମିକ । ଆଉ ଆରମ୍ଭ କଲେ ଆମରଣ ଅନଶନ । ପାରାଦୀପ ସ୍ଥିତ ତୈଳ ବିଶୋଧନାଗାର ୬ ନମ୍ବର ଗେଟ ଆଗରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।

ଖବର ଅନୁଯାୟୀ, ଆଠ ଦଫା ଦାବି ନେଇ ଶ୍ରମିକମାନେ ଆଜକୁ ଏକ ମାସ ୧୩ ଦିନ ହେବ ପରିବାର ସହ ଗଣଧାରଣାରେ ବସିଥିଲେ । କିନ୍ତୁ ପାଇପ ଲାଇନ ଡିଭିଜନର କର୍ତ୍ତୃପକ୍ଷ ଏମାନଙ୍କ କଥା ଶୁଣୁ ନାହାଁନ୍ତି । ଶୀତ କାକରରେ ଏମାନେ ଖୋଲା ଆକାଶ ତଳେ ବସି ରହିଛନ୍ତି ।

ଶେଷରେ ସୋମବାର ଦିନ ପାରାଦୀପ ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟରେ ହୋଇଥିବା ଆଲୋଚନା ବିଫଳ ହୋଇଛି । ଫଳରେ ମଙ୍ଗଳବାର ସକାଳୁ ଆନ୍ଦୋଳନକାରୀ ମନେ ୬ ନମ୍ବର ଗେଟ ଆଗରେ ଆମରଣ ଅନଶନ ଆରମ୍ଭ କରିଛନ୍ତି । ଯାହାକୁ ନେଇ ତୈଳ ବିଶୋଧନାଗାର ୬ ନମ୍ବର ଗେଟ ଦେଇ ଯାତାୟତ ସମ୍ପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହୋଇଛି ।

   Related Posts