୭ ଶ୍ରମିକଙ୍କୁ ଛଟେଇ ପ୍ରତିବାଦରେ ଧାରଣା, ଦାବି ପୂରଣ ନହେଲେ ଆତ୍ମହତ୍ୟା ପାଇଁ ଚେତାବନୀ ଦେଲା ଶ୍ରମିକ ସଂଘ

Published By : Prameya-News7 Bureau | October 19, 2022 IST

ପାରାଦୀପ, ୧୯/୧୦: ପାରାଦୀପ ପୁରୁଣା ରେଲୱେ ଷ୍ଟେସନର ସାଇଡ୍‌ ରନିଂ ରୁମରେ କାର୍ଯ୍ୟରତ ୭ ଶ୍ରମିକଙ୍କୁ ଛଟେଇ ପ୍ରତିବାଦରେ ଶ୍ରମିକମାନେ ଧାରଣା ଦେଇଛନ୍ତି । ଦିର୍ଘ ୧୭ ବର୍ଷ ହେବ ଏହି ରନିଂ ରୁମ୍‌ରେ ଠିକା ଭାବେ ୫୨ ଜଣ ଶ୍ରମିକ କାମ କରି ଆସୁଥିବା ବେଳେ ଗତ ୩ମାସ ହେବ ୭ ଜଣଙ୍କୁ ଛଟେଇ କରାଯାଇଛି । ଶ୍ରମିକମାନେ ଠିକ୍ ଭାବେ ଦରମା ପାଉନଥିବା, ଇପ୍ଏଫ୍, ଇଏସ୍ଆଇ ପାଉନଥିବା ବେଳେ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କୁ ବାରମ୍ବାର ଅଭିଯୋଗ କରି ଆସୁଛନ୍ତି । ଏହି ଶ୍ରମିକମାନଙ୍କ କଥା କେହି କିଛି କର୍ଣ୍ଣପାତ କରୁନଥିବା ବେଳେ ଶ୍ରମିକ ମାନେ ଆଜି ବାଧ୍ୟ ହୋଇ ଧାରଣାରେ ବସିଛନ୍ତି । ଯେ ପର୍ଯ୍ୟନ୍ତ ୭ଜଣ ଛଟେଇ ଶ୍ରମିକଙ୍କ ପୂନଃ ନିଯୁକ୍ତି ଓ ଅନ୍ୟାନ୍ୟ ଦାବି ଗୁଡିକ ପୂରଣ ନକରାଯାଇଛି ସେପର୍ଯ୍ୟନ୍ତ ଧାରଣା ଜାରି ରହିବ । ଏପରିକି ଆତ୍ମହତ୍ୟା ପାଇଁ ପଛାଇବେ ନାହିଁ ବୋଲି ଶ୍ରମିକମାନେ ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.