୮ ଦଫା ଦାବି ନେଇ ପାରାଦୀପ ପିଆଇସିଟି କମ୍ପାନୀ ଫାଟକ ସମ୍ମୁଖରେ ଶତାଧିକ ଶ୍ରମିକଙ୍କ ଧାରଣା

Published By : Prameya-News7 Bureau | January 10, 2020 IST

ପାରାଦୀପ ୧୦।୧: ପାରାଦୀପ ପିଆଇସିଟି କମ୍ପାନୀ ଫାଟକ ସମ୍ମୁଖ ଓ ରେଳଧାରଣାରେ ବସିଲା ପାରାଦୀପ ପୋର୍ଟ ଆଣ୍ଡ ଡ଼କ୍ ମଜଦୁର ୟୁନିଅନ । ୮ ଦଫା ଦାବି ନେଇ ଧାରଣାରେ ବସିଛନ୍ତି ଶତାଧିକ ଶ୍ରମିକ । ପିଆଇସିଟି କମ୍ପାନୀରେ ଠିକାଦାର ଅଧିନରେ ଦୀର୍ଘଦିନ ହେବ ଶ୍ରମିକମାନେ କାର୍ଯ୍ୟ କରିଆସୁଥିବାବେଳେ କମ୍ପାନୀ ପକ୍ଷରୁ ସେମାନଙ୍କୁ ଶ୍ରମ ଆଇନ ଅନୁସାରେ ସେଭଳି କୌଣସି ସାହାଯ୍ୟ ସହଯୋଗ ଦେଉନଥିବା ଅଭିଯୋଗ ହୋଇଛି ।

{"id":209386,"sizeSlug":"large"}

ତେବେ କିଛି ଦିନ ତଳେ ବିନା କାରଣରେ ୬ ଜଣ ଶ୍ରମିକଙ୍କୁ ଛଟେଇ କରାଯାଇଥିଲା । ଯାହାକୁ ନେଇ ୟୁନିଅନ ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା ତେଣୁ ଆଜି ସକାଳୁ ଶ୍ରମିକମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇ ଧାରଣାରେ ବସିଥିବା ଦେଖିବାକୁ ମିଳିଛି ।

{"id":209387,"sizeSlug":"large"}

କେବଳ ଶ୍ରମିକ ଛଟେଇ ନୁହେଁ ଶ୍ରମିକମାନେ ୮ ଦଫା ଶ୍ରମ ଆଇନ ଉଲଂଘନ, ବିନା କାରଣରେ ଶ୍ରମିକ ଛଟେଇ, ସୁରକ୍ଷା ସରଞ୍ଜାମ ଯୋଗାଇନଦେବା, ଇପିଏଫ ଇଏସଆଇ ନ କାଟିବା, ଦରମା ଠିକ୍ ସମୟରେ ନମିଳିବା ଏହିଭଳି ୮ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶ୍ରମିକମାନେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.