ଘର କାମ ବେଳେ ଛାତରୁ ଖସିପଡିଲେ ଶ୍ରମିକ, ଚାଲିଗଲା ଜୀବନ

Published By : Prameya-News7 Bureau | June 09, 2023 IST

ବୌଦ୍ଧ ୯୬: ମିସ୍ତ୍ରୀ କାମ କରିବାକୁ ଯାଇ ଘରକୁ ଶବ ହୋଇ ଫେରିଲେ ଶ୍ରମିକ । ଘରର ଛାତ ନିର୍ମାଣ ଚାଲିଥିବା ବେଳେ ଛାତରୁ ଖସିପଡ଼ି ଶ୍ରମିକଙ୍କ ମୃତ୍ୟୁ ହୋଇଛି । ବୌଦ୍ଧ ଜିଲ୍ଲା ବଘିଆପଡ଼ା ଫାଣ୍ଡି ସାଲେଶିଂ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ସୁକପାଲି ଗ୍ରାମର ଅନୀଲ ଥାଟି । ବଘିଆପଡ଼ା ପୋଲିସ ଶବ ଜବତ କରି ତଦନ୍ତ ଚଳାଇଛି ।

{"id":800570,"width":739,"height":391,"sizeSlug":"full","linkDestination":"none"}

ସୂଚନାଯୋଗ୍ୟ ଯେ, ବୌଦ୍ଧ ସଦର ଥାନା ବଘିଆପଡା ଫାଣ୍ଡି ଅନ୍ତର୍ଗତ ସାଲେ ସିଂ ଗ୍ରାମରେ ଏକ ଘରର ନିର୍ମାଣ କାମ ଚାଲିଥିଲା । ସେଠାରେ ମିସ୍ତ୍ରୀ ଭାବେ କାମ କରୁଥିବା ବଘିଆପଡା ଫାଣ୍ଡି ଅନ୍ତର୍ଗତ ଶୁକପାଲି ଗ୍ରାମର ଅନୀଲ ଥାଟି କୌଣସି କାରଣରୁ ଛାତରୁ ଖସିପଡିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବୌଦ୍ଧ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ ଅଣାଯାଇଥିଲା । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାରେ ବଘିଆପଡା ଫାଣ୍ଡିରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି । ମୃତକଙ୍କ ଶବକୁ ପୋଲିସ ଜବତ କରିଛି । ଶବ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ।

You Can Read :

wp:embed {"url":"https://www.prameyanews7.com/mass-strike-in-front-of-jajpurroad-station/","type":"wp-embed","providerNameSlug":"prameya-news-7"}
https://www.prameyanews7.com/mass-strike-in-front-of-jajpurroad-station/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.