ମଜୁରୀ ଟଙ୍କା ମାଗିବାରୁ ପ୍ରାଣ ଗଲା: ଶ୍ରମିକଙ୍କୁ ପିଟି ମାରିଦେଲେ ସୁପର ଭାଇଜର ଓ ସହଯୋଗୀ, ୩ ଗିରଫ
30/04/2020 at 7:58 PM

କୋରାପୁଟ, ୩୦|୦୪: ମଜୁରୀ ଟଙ୍କା ମାଗିବାରୁ ଶ୍ରମିକକୁ ହତ୍ୟା। ଏମିତି ଘଟଣା ଘଟିଛି କୋରାପୁଟରେ ।ଘରୋଇ ହସପିଟାଲ କାମରେ ନିୟୋଜିତ ଶ୍ରମିକକୁ ହତ୍ୟା ଅଭିଯୋଗରେ ସୁପରଭାଇଜର ସହ ୩ ଗିରଫ । ଏମାନଙ୍କୁ ଗିରଫ କରିଛି କୋରାପୁଟ ଟାଉନ ଥାନା ପୋଲିସ।
କୋରାପୁଟ ଅଶୋକ ନଗରସ୍ଥିତ ମୁଖ୍ୟ ରାସ୍ତାରେ ବିକାଶ ଡାଇଗ୍ନୋଷ୍ଟିକ ହସପିଟାଲ ଗୃହନିର୍ମାଣ କାମ ଚାଲୁ ରହିଛି। ନିର୍ମାଣ କାମରେ ନିୟୋଜିତ ଶ୍ରମିକ ବିଜୟା ନନ୍ଦ, ସୁପର ଭାଇଜରଙ୍କୁ ବକେୟା ମଜୁରୀ ଟଙ୍କା ମାଗିଥିଲେ। ଏକାଧିକ ଥର ମାଗିବା ପରେ ମଧ୍ୟ ଟଙ୍କା ନମିଳିବାରୁ ସୁପରଭାଇଜରକୁ ଗାଳି ଗୁଲଜ କରି ଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଅନ୍ୟ ୨ ସହଯୋଗୀଙ୍କ ସହଯୋଗରେ ସୁପର ଭାଇଜର ଶ୍ରମିକ ବିଜୟା ନନ୍ଦକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।
ଖବରପାଇ ଟାଉନପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହାସହ ତଦନ୍ତ କରି ୩ ଜଣକୁ ଗିରଫ କରିଛି। ହତ୍ୟାରେ ବ୍ୟବହୃତ ଠେଙ୍ଗାକୁ ଜବତ କରାଯାଇଛି।