ଆନନ୍ଦପୁର, ୨୯/୦୯: ଆନନ୍ଦପୁର ଉପଖଣ୍ଡ ସୋସ ଥାନା ପୁରୁଣାପାଣି ଗାଁରେ ଏକ ପାନୀୟଜଳ ପ୍ରକଳ୍ପ ନିର୍ମାଣ ସ୍ଥଳି ଠାରେ ବଜ୍ରପାତ ଘଟି ଶ୍ରମିକ ଗୁରୁତର ହୋଇଛନ୍ତି । ଗୁରୁତର ଶ୍ରମିକ ଅନିଲ ଦାସଙ୍କୁ ପ୍ରଥମେ ଆନନ୍ଦପୁର ଡାକ୍ତରଖାନା ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ଠିକା ସଂସ୍ଥା ନାର୍ଗାଜୁନ କଂଷ୍ଟ୍ରକସନ କମ୍ପାନୀ ଅଧିନରେ ଅନିଲ ସେଠାରେ ଶ୍ରମିକ ଭାବେ କାମ କରୁଥିବାବେଳେ ଆଜି କାମ ଚାଲିଥିବା ସମୟରେ ହଠାତ୍ ବଜ୍ରପାତ ଘଟିଥିଲା । ସୌଭାଗ୍ୟବଶତଃ ସେଠାରେ କାର୍ଯ୍ୟ କରୁଥିବା ଅନ୍ୟ କାହାରି କିଛି କ୍ଷତି ହୋଇନାହିଁ ।
ଦୁର୍ନୀତି କଥା କହି ବିଜେଡି ସରକାରକୁ ଘେରିଲେ ଶାହ, କହ...