ଟ୍ରାନ୍ସଫର୍ମର ବସାଇବା ସମୟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଶ୍ରମିକ ମୃତ

Published By : Prameya-News7 Bureau | February 02, 2019 IST

ଆନନ୍ଦପୁର ୨|୨: ଆନନ୍ଦପୁର ଉପଖଣ୍ଡ ସୋସ ଥାନା ବିଦ୍ୟାଧରପୁର ମୁଖିସାହିରେ ଘଟିଛି ଅଘଟଣ । ସାହିକୁ ବିଜୁଳି ଅଲୋକ ଯୋଗାଇବାକୁ ଦିନଦୟାଲ ଉପାଧ୍ୟାୟ ଯୋଜନାରେ ବିଜୁଳି ଯୋଗାଣ ପାଇଁ ଏକ ଟ୍ରାନ୍ସଫର୍ମର ବସାଇବା ସମୟରେ ୧୧କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଶ୍ରମିକର ମୃତ୍ୟୁ ହୋଇଛି । ମୃତ ଶ୍ରମିକ ସ୍ଥାନୀୟ ଜାମିବୀନିପୁର ଗାଁର ଅଭିରାମ ମୁଣ୍ଡା । ଅଭିରାମ କାମ କରୁଥିବା ସମୟରେ ହଠାତ୍ ବିଦ୍ୟୁତ୍ ଆଘାତ ପାଇ ଗୁରୁତର ହୋଇପଡିଥିଲେ । ତାଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ କାମ ସମୟରେ ୧୧କେଭି ଲାଇନ୍ ଚାର୍ଜ କିଭଳି ରଖାଯାଇଥିଲା ତାହା ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.