ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ଶ୍ରମିକ ମୃତ

Published By : Prameya-News7 Bureau | June 02, 2019 IST

ଉମରକୋଟ ୨|୬: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଚିତବେଡା ଗ୍ରାମ ନିକଟରେ ଏକ ଚିପ୍ସ ବୋଝେଇ ଟ୍ରାକ୍ଟରର ଟ୍ରଲି ଓଲଟି ପଡିବା ଫଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତ ଶ୍ରମିକ ଜଣଙ୍କ କରମରି ଗ୍ରାମର ଖେମରାଜ ଭତ୍ରା ।

{"id":118804}

ସୂଚନାଯୋଗ୍ୟ ଯେ, ଆଜି ସକାଳେ କରମରି ଗ୍ରାମର ଗୌରଚାନ୍ଦ ଭତ୍ରାଙ୍କ ଟ୍ରାକ୍ଟର ଚିପ୍ସ ଆଣିବା ପାଇଁ ଡାବୁଗାଁ ବ୍ଲକର ରାବନାଗୁଡା ଗ୍ରାମରେ ଯାଇଥିଲେ । ଚିପ୍ସ ଲୋଡ୍ କରି ଫେରୁଥିବା ବେଳେ ଚିତାବେଡା ଗ୍ରାମ ନିକଟରେ ଟ୍ରାକ୍ଟରଟି ଦ୍ରୁତ ଗତିରେ ଥିବା ଯୋଗୁଁ ଟ୍ରଲି ଓଲଟି ପଡିଥିଲା । ଫଳରେ ଟ୍ରଲିରେ ବସିଥିବା ଖେମରାଜ ଭତ୍ରା ନାମକ ଶ୍ରମିକଙ୍କର ଟ୍ରଲି ତଳେ ଚାପି ହୋଇ ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳରେ ଝରିଗାଁ ପୋଲିସ ପହଞ୍ଚି ତଦନ୍ତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.