ଆମ୍ବୁଲାନ୍ସରେ ସଢୁଛି ଦାଦନଙ୍କ ଶବ ; କ୍ଷତିପୂରଣ ନଦେବା ଯାଏଁ ହବନି ଶବ ସତ୍କାର
11/05/2018 at 6:40 AM

ସିକନ୍ଦରାବାଦର ଏକ ଘରୋଇ କମ୍ପାନୀରେ ପାଇପ କାମ କରୁଥିବାବେଳେ ମାଟି ଅତଡ଼ା ଖସି ଯିବାରୁ ୩ ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା | ମୃତକଙ୍କ ମଧ୍ୟରେ ଚାନ୍ଦବାଲି ବାଘନଟା ଗାଁର ସହଦେବ ମହାଳିକଙ୍କ ଦୁଇ ପୁଅ ଓ ଯାଜପୁର ମୁକୁନ୍ଦପୁରର ମାନସ ସାହୁ | ସମ୍ପୃକ୍ତ କମ୍ପାନୀ ଗତକାଲି ଆମ୍ବୁଲାନ୍ସରେ ମୃତଦେହ ପଠାଇଦେଇଥିଲା | ଏପଟେ କିନ୍ତୁ ମୃତକଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା ଲେଖାଏଁ ଖାତିପୂରଣ ନମିଳିବା ଯାଏଁ ଶବ ସତ୍କାର ହେବ ନାହିଁ ବୋଲି ଗ୍ରାମବାସୀ ଆଦି ବସିଛନ୍ତି | ମୃତକଙ୍କ ପରିବାର ଲୋକଙ୍କ ସହ ଗାଁର ୮ଜଣ ସିକନ୍ଦରାବାଦ ଯାଇଛନ୍ତି | ସେଠାରେ ଯାଇଁ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଭେଟିବେ |
Related Posts
କେନାଲକୁ ଖସିଲା ବରଯାତ୍ରୀ ଗାଡ଼ି, ଚାଲିଗଲା ୬ ଜଣକ ଜୀବନ
31 March 2023