ପ୍ରାପ୍ୟ ମାଗିବାରୁ ଝିଅକୁ ବନ୍ଧକ ରଖିଲେ ଇଟାଭାଟି ମାଲିକ ; ଉଦ୍ଧାର ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଦମ୍ପତ୍ତି

Published By : Prameya-News7 Bureau | January 25, 2019 IST

ବରଗଡ ୨୫|୧: ପେଟ ପାଟଣା ପାଇଁ ଦାଦନ ଖଟିବାକୁ ଯାଇଥିଲେ ଦମ୍ପତି । ପୁଅର ଦେହ ଖରାପ ହେବାରୁ କାମ କରିଥିବା ପାଉଣା ମାଗିଲେ ଭାଟି ମାଲିକଙ୍କୁ । ମାତ୍ର ମାଲିକ ପାଉଣା ଦେବା ପରିବର୍ତ୍ତେ ତାଙ୍କ ଝିଅକୁ ବନ୍ଧକ ରଖିଛନ୍ତି । ଆଜି ଉକ୍ତ ଦମ୍ପତ୍ତି ନିଜ ଝିଅକୁ ଉଦ୍ଧାର କରିବାକୁ ବରଗଡ଼ ଜିଲ୍ଲାପାଳଙ୍କୁ ଗୁହାରି କରିଛନ୍ତି ।

{"id":77811}

ସୂଚନା ଅନୁସାରେ ଗତ ୬ମାସ ପୂର୍ବରୁ ବରଗଡ଼ ଜିଲ୍ଲା ପାଇକମାଲ ଥାନା ମିଠାପାଲି ପଞ୍ଚାୟତ ଅନ୍ତର୍ଗତ କୁଟ୍ରାଖମାର ଗାଁର ରବୀନ୍ଦ୍ର ଜଗତ ଓ ତାଙ୍କ ପତ୍ନୀ ମୁନଗା ଜଗତ ନିଜ ପୁଅ ଝିଅ ସହ ଅନୁଗୋଳ ଜିଲ୍ଲା ଖମାର ଥାନା ଅନ୍ତର୍ଗତ ମୁରଡିବେଡା ଗାଁର ବଗା ବିଶ୍ବାଳ ଓ ବଣ୍ଟି ବିଶ୍ବାଳଙ୍କ ଇଟାଭାଟିରେ କାମ କରିବାକୁ ଯାଇଥିଲେ । ଏହି ସମୟରେ ରବୀନ୍ଦ୍ର ଜଗତଙ୍କ ପୁଅର ଦେହ ଖରାପ ହୋଇଥିଲା । ପୁଅର ଚିକିତ୍ସାରେ ସବୁ ଟଙ୍କା ଖର୍ଚ୍ଚ ହୋଇଯିବାରୁ ଇଟାଭାଟି ମାଲିକଙ୍କୁ ଅଧିକ ଟଙ୍କା ମାଗିଥିଲେ ରବୀନ୍ଦ୍ର । ମାତ୍ର ଇଟାଭାଟି ମାଲିକ ଟଙ୍କା ଦେବା ପରିବର୍ତ୍ତେ ଇଟା ବର୍ଷାରେ ନଷ୍ଟ ହୋଇଯାଇଥିବା କହି କାମରୁ ବାହାର କରିଦେଇଥିଲେ । ରବୀନ୍ଦ୍ରଙ୍କ ନାବାଳିକା ଝିଅକୁ ବନ୍ଧକ ରଖିଛନ୍ତି ଇଟାଭାଟି ମାଲିକ । ତେଣୁ ତାଙ୍କ ଝିଅକୁ ଇଟାଭାଟି ମାଲିକଠାରୁ ଉଦ୍ଧାର କରି ଆଣିବାକୁ ବରଗଡ଼ ଜିଲ୍ଲାପାଳଙ୍କ ଠାରେ ଗୁହାରି କରିଛନ୍ତି ରବୀନ୍ଦ୍ର ଏବଂ ତାଙ୍କ ପତ୍ନୀ ମୁନଗା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.