ପାରାଦୀପ ଏସାର ଷ୍ଟିଲ୍ ଫାଟକ ସମ୍ମୁଖରେ କମ୍ପାନୀରେ କାର୍ଯ୍ୟରତ ଶ୍ରମିକମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ସହ ଧାରଣା

Published By : Prameya-News7 Bureau | November 09, 2018 IST

ଜଗତସିଂହପୁର ୯|୧୧: ପାରାଦୀପ ଏସାର ଷ୍ଟିଲ୍ ଫାଟକ ସମ୍ମୁଖରେ ଏସାର ଷ୍ଟିଲ କମ୍ପାନୀରେ କାର୍ଯ୍ୟରତ ଶ୍ରମିକ ମାନଙ୍କର କାର୍ଯ୍ୟବନ୍ଦ ଆନ୍ଦୋଳନ ସହ ଧାରଣା । ଏସାର ଷ୍ଟିଲ୍ ଇଣ୍ଡିଆ ଓ୍ବାର୍କସ ୟୁନିଅନ ସଂଘର ପ୍ରାୟ ଶତାଧିକ ଶ୍ରମିକମାନେ ଆଜି ବିଳମ୍ବିତ ରାତିରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ସହ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେଇଥିବା ଦେଖିବାକୁ ମିଳିଛି । ୧୫ ଦଫା ଦାବି ନେଇ ଶ୍ରମିକମାନେ ଧାରଣା ଦେଇଥିବା ବେଳେ ୟୁନିଅନ ସଂଘକୁ ସ୍ବୀକୃତି ପ୍ରଦାନ କରିବା ଶ୍ରମିକ ମାନଙ୍କର ମୁଖ୍ୟ ଦାବି ଥିବାବେଳେ ଇଫିଏଫ, ଇଏସଆଇ କାଟିବା, ଦରମା ବୃଦ୍ଧି, ସ୍ଥାୟୀ ନିଯୁକ୍ତି ସହ ୧୫ଦଫା ଦାବି ନେଇ ଆଜି କାର୍ଯ୍ୟବନ୍ଦ ଆନ୍ଦୋଳନରେ ଓହ୍ଲାଇଛନ୍ତି ।  ପୂର୍ବରୁ ମଧ୍ୟ ଏହି ଦାବିଗୁଡିକ ନେଇ ଅନେକ ଥର କାର୍ଯ୍ୟବନ୍ଦ କରିବା ସହ ଧାରଣା ଦେଇଥିଲେ ଶ୍ରମିକ । ଯାହାକୁ ନେଇ ପ୍ରଶାସନ ପକ୍ଷରୁ ୧୪୪ ଧାର ମଧ୍ୟ ଜାରି କରାଯାଇଥିଲା । ତେବେ ଏହାକୁ ନେଇ ଜିଲ୍ଲା ପ୍ରଶାସନ, କମ୍ପାନୀ କର୍ତ୍ତୃପକ୍ଷ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ତ୍ରିପାକ୍ଷିକ ଆଲୋଚନା ପାରାଦୀପ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହୋଇଥିଲା । ଆଲୋଚନାରେ ଏହି ଶ୍ରମିକମାନଙ୍କ ଦାବିକୁ ଖୁବ୍ ଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ଦୀର୍ଘ ୬ ମାସ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଶ୍ରମିକମାନଙ୍କ ଦାବି ପୂରଣ କରାଯାଇନାହିଁ । ଶେଷରେ ଆଜି ଏସାର ଷ୍ଟିଲ୍ କମ୍ପାନୀରେ କାର୍ଯ୍ୟରତ ଶ୍ରମିକମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ସହ ଧାରଣା ଦେଇଛନ୍ତି ଯଦି ଆଗାମୀ ଦିନରେ ଏହି ଶ୍ରମିକମାନଙ୍କ ଦାବି ପୂରଣ ନକରାଯାଏ ତେବେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରରୂପ ନେବବୋଲି ଚେତାବନୀ ଦେଇଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.