ପଞ୍ଜାବରେ ଫସି ରହିଥିବା ବିହାରୀ ଶ୍ରମିକମାନେ ଭିଡିଓ ମାଧ୍ୟମରେ କଲେ ଅନୁରୋଧ, ‘ମୋଦିଜୀ ଆମକୁ ଏଠାରୁ ଉଦ୍ଧାର କରନ୍ତୁ’

Published By : Prameya-News7 Bureau | March 26, 2020 IST

ଅରରିଆ ୨୬।୩: ସାରା ଦେଶରେ କରୋନା ମହାମାରୀକୁ ନେଇ ଚାଲିଥିବା ଲକ୍ ଡାଉନ୍ ମଧ୍ୟରେ ପଞ୍ଜାବରେ ଫସିଥିବା ବିହାରୀ ଶ୍ରମିକମାନେ ସହାୟତା ଲାଗି ଅନୁରୋଧ କରିଛନ୍ତି । ଅରରିଆ ଜିଲ୍ଲାର ନରପତଗଞ୍ଜରେ ରହୁଥିବା ଶ୍ରମିକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ସହାୟତା ଲୋଡିଛନ୍ତି । ଏକ ଭିଡିଓ ମାଧ୍ୟମରେ ସହାୟତା ମାଗୁଥିବା ଏହି ସମସ୍ତ ଶ୍ରମିକମାନେ ବିହାରର ଅରରିଆର ବାସିନ୍ଦା ଏବଂ ଦିଲ୍ଲୀ ସମେତ ପଞ୍ଜାବରେ ଶ୍ରମିକ ଭାବରେ କାର୍ଯ୍ୟ କରନ୍ତି।

ଲକ୍ ଡାଉନ୍ ସମୟରେ ଅଘୋଷିତ କର୍ଫ୍ୟୁ ପରିସ୍ଥିତିରେ ଫସିରହିଥିବା ଶ୍ରମିକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ସାହାଯ୍ୟ ମାଗି ପଞ୍ଜାବର ଏକ ସହରରୁ ଏହି ଭିଡିଓ ପଠାଇ ଆମକୁ ସାହାଯ୍ୟ କରିବାକୁ କହିଛନ୍ତି । ୧୦ଜଣ ଶ୍ରମିକ ନିଜ ଘରର ସ୍ଥିତି ଦେଖାଇ ଏହି ଶ୍ରମିକମାନେ କହିଛନ୍ତି ଯେ, ରାସନଠାରୁ ଗ୍ୟାସ୍ ଟାଙ୍କି ପର୍ଯ୍ୟନ୍ତ ଖାଲି ଅଛି ଏବଂ ଏପରି ସମୟରେ ମାଲିକ ମଧ୍ୟ ଆମକୁ ସାହାଯ୍ୟ କରିବାକୁ ଅସମର୍ଥ ।

କରୋନା ଭାଇରସ୍ ଯୋଗୁଁ ଲକ୍ ଡାଉନରେ ପରେ ଫସି ରହିଥିବା ଶ୍ରମିକମାନେ ଅମୃତସରରେ ଅଛନ୍ତି । ଯେଉଁଠାରୁ ସେମାନେ ଭିଡିଓ କରିବା ପରେ ସାହାଯ୍ୟ ମାଗିଛନ୍ତି । ଭିଡିଓ ପଠାଇଥିବା ବ୍ୟକ୍ତି ଜଣଙ୍କ କହୁଛନ୍ତି ଯେ ଏହି ସହରରେ ପ୍ରାୟ ଦୁଇ ହଜାର ଶ୍ରମିକ ନିର୍ମାଣ କାର୍ଯ୍ୟ କରୁଛନ୍ତି । ବର୍ତ୍ତମାନର ସଙ୍କଟ ସ୍ଥିତିରେ ରହିଛନ୍ତି । ସମସ୍ତଙ୍କୁ ସେଠାରୁ ଉଦ୍ଧାର କରିବାକୁ କିମ୍ବା ସେଠାରେ ରହିଲେ ଖାଦ୍ୟପେୟର ସଠିକ୍ ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି |

ସୂଚନାଯୋଗ୍ୟ ଯେ, କରୋନା ମହାମାରୀ ପାଇଁ ଦେଶବ୍ୟାପୀ ଲକ୍ ଡାଉନ୍ ଯୋଗୁଁ ବିହାରର ଅନେକ ଶ୍ରମିକ ଦେଶର ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି । ସେମାନଙ୍କ ମଧ୍ୟରୁ ଅନେକେ ପାଦରେ ଚାଲିଚାଲି କିମ୍ବା ରିକ୍ସା ସାହାଯ୍ୟରେ ନିଜ ଗନ୍ତବ୍ୟ ସ୍ଥଳକୁ ଯିବାପାଇଁ ବାହାରିସାରିଛନ୍ତି । ଏମିତିରେ ସରକାରଙ୍କ ସାମ୍ନାରେ ଏପରି ଲୋକଙ୍କୁ ନେଇ ସମସ୍ୟା ଲଗାତର ବଢିବାକୁ ଲାଗିଛି ଯେ ସେମାନଙ୍କୁ କିପରି ଘରେ କିମ୍ବା ସୁରକ୍ଷିତ ସ୍ଥାନରେ ପହଞ୍ଚାଯାଇପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.