Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ: ଲାଞ୍ଚ ନେଇ ନିଲମ୍ୱିତ ହେଲେ ରାଜସ୍ୱ ନିରୀକ୍ଷକ, କହିଥିଲେ ମୋ ମୁଣ୍ଡର ଦାମ୍‌ କଣ ୨୦୦ ଟଙ୍କା ?
  • ||
  • ବାରିପଦା:ସରକାରୀ ବସଷ୍ଟାଣ୍ଡ ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ୪ ଦୋକାନ ଓ ହୋଟେଲ ଭସ୍ମୀଭୂତ
  • ||

ସୁବର୍ଣ୍ଣପୁରରେ ବିଶାଳ ଶ୍ରମିକ ସମାବେଶ, ଶହ ଶହ ପୁରୁଷ ଓ ମହିଳା ଶ୍ରମିକ ସମାବେଶରେ ସାମିଲ

26/11/2019 at 3:07 PM

ସୋନପୁର ୨୬।୧୧ : ରାଜ୍ୟ ସରକାର ଶ୍ରମିକଙ୍କ ପାଇଁ ଅନେକ ଯୋଜନା କରୁଛନ୍ତି । କିନ୍ତୁ ସୁବର୍ଣ୍ଣପୁର ଜିଲ୍ଲାରେ ଶ୍ରମିକମାନେ ସରକାରୀ ଯୋଜନାର ସୁଫଳ ପାଇପାରୁନାହାଁନ୍ତି । ଏମିତିକି ଜିଲ୍ଲା ବାହାରର ଅନେକ ଅଣଓଡିଆ ଶ୍ରମିକ ଏଇଠି ଆସି କାମ କରୁଛନ୍ତି । ଯାହା ଫଳରେ ଆମ ଏଠିକାର ଶ୍ରମିକମାନେ ଠିକ୍ ଭାବେ କାମ ପାଇପାରୁନାହଁନ୍ତି । ସେହିଭଳି ଶ୍ରମ ବିଭାଗ ପକ୍ଷରୁ ଦିଆଯାଉଥିବା ଆବାସ ଘର ଏବଂ ଆର୍ଥିକ ସହାୟତା ମଧ୍ୟ ଶ୍ରମିକମାନେ ପାଇପାରୁନଥିବା ଅଭିଯୋଗ ହୋଇଛି ।

ଫଳରେ ଏସବୁ ଅସୁବିଧାକୁ ନେଇ ସୁବର୍ଣ୍ଣପୁରଠାରେ ଏକ ବିରାଟ ଶ୍ରମିକ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ଶହ ଶହ ପୁରୁଷ ଓ ମହିଳା ଶ୍ରମିକ ଟାଉନହଲରେ ପହଂଚି ସମାବେଶ କରିଥିଲେ । ପରେ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଆଗାମୀ ଦିନରେ ଶ୍ରମିକଙ୍କ ପାଇଁ ଆସୁଥିବା ସୁବିଧା ସୁଯୋଗ ଯୋଗାଇଦିଆନଗଲେ ଯୋରଦାର ଆନ୍ଦୋଳନ କରିବାକୁ ଧମକ ଦିଆଯାଇଛି ।

   Related Posts