ଟ୍ରକ୍ ଧକ୍କାରେ ଶ୍ରମିକ ମୃତ, କ୍ଷତିପୂରଣ ଦାବି କଲେ ପରିବାର ଲୋକ
17/08/2022 at 9:59 AM
ଆଠମଲ୍ଲିକ ୧୭।୮: ଟ୍ରକ୍ ଧକ୍କାରେ ଶ୍ରମିକ ମୃତ । କ୍ଷତିପୂରଣ ଦାବି ନେଇ ଆଠମଲ୍ଲିକ ଥାନାରେ ଜଣାଇଲେ ପରିବାର ଲୋକ । ଆଠମଲ୍ଲିକ ଏନଏସି ୧୧ ନମ୍ବର ୱାର୍ଡ ବାସିନ୍ଦା ରବି ମହାକୁଡ଼ ମାଧପୁର ଅଞ୍ଚଳର ଜଣେ ବ୍ୟବସାୟୀଙ୍କ ନିକଟରେ ଶ୍ରମିକ ହିସାବରେ କାମ କରୁଥିଲେ ।
ସେ ବ୍ୟବସାୟୀଙ୍କ ଟ୍ରକ୍ରେ ଧାନ ଆଣିବା ପାଇଁ ଦୁଢୁମ ଗ୍ରାମକୁ ଯାଇଥିଲେ । ଗ୍ରାମରେ ଛିଡା ହୋଇଥିବା ସମୟରେ ସେ ଯାଇଥିବା ଟ୍ରକ୍ଟି ପଛକୁ ବ୍ୟାକ୍ କରୁଥିବା ସମୟରେ ରବିକୁ ଧକ୍କା ଦେଇଥିଲା । ଯାହା ଫଳରେ ରବିଙ୍କ ମୃତ୍ୟୁ ଘଟିଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ପରେ ମୃତକକୁ ଆଠମଲ୍ଲିକ ମେଡିକାଲକୁ ଅଣା ଯାଇଥିଲା । ଡାକ୍ତର ରବିକୁ ମୃତ ଘୋଷଣା କରିଥିଲେ । ଏ ନେଇ ପରିବାର ଲୋକ ଆଠମଲ୍ଲିକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
Related Posts
ପବିତ୍ର ମାଘ ସପ୍ତମୀ, ଚନ୍ଦ୍ରଭାଗାରେ ବୁଡ଼ ପକାଇଲେ ହଜାର ହଜାର ଶ୍ରଦ୍ଧାଳୁ
28 January 2023
କୋରାପୁଟ ପୋଲିସକୁ ସଫଳତା, ବନ୍ଧା ହେଲା ମୋବାଇଲ୍ ଲୁଟେରା, ୫୧ଟି ଫୋନ୍ ଜବତ
27 January 2023